ଲଜ୍ୟା… : ଏକଲବ୍ୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ଅଭିଯୋଗ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଳକର ଚମ୍ପାନଗର ସ୍ତିତ ଏକଲବ୍ୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଘର ମାଥିଲି ବ୍ଲକରେ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଗତ ଜୁଲାଇ ମାସ ୧୨ତାରିଖ ରାତିରେ ଏକଲବ୍ୟ କର୍ତ୍ତୃପକ୍ଷ ଏକ ଗାଡିରେ ଛାତ୍ରୀଙ୍କ ଘରେ ପହଞ୍ଚି ଛାତ୍ରୀଙ୍କ ବାପାଙ୍କୁ ତାଙ୍କ ଝିଅ ଦେହ ଗୁରୁତ୍ୱର ଅଛି କହି ତାଙ୍କୁ ଏବଂ ତାଙ୍କ ପରିବାର ଅନ୍ୟ ଜଣକୁ ଡାକି ନେଇଥିଲ । ସେଠାର ତାଙ୍କ ଝିଅ ଏବଂ ଆଉଜଣେ ପୁଅ ଥିବା ବେଳେ ଛାତ୍ରୀଙ୍କ ବାପାଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ କହିଥିଲେ ଯେ, ସେହି ପୁଅ ସହ ତାଙ୍କ ଝିଅର କୁସମ୍ପର୍କ ରହିଛି ଏବଂ ତାଙ୍କ ଝିଅ ୬ ମାସର ଗର୍ଭବତୀ ଅଛି । ଏହା ଜାଣିବା ପରେ ଛାତ୍ରୀଙ୍କ ପିତା ଓ ସମ୍ପର୍କୀୟ ଭାଙ୍ଗିପଡିବା ବେଳେ କିଛି ଶିକ୍ଷକ ଓ କିଛି ବିଦ୍ୟାଳୟ କର୍ମଚାରୀ ତାଙ୍କୁ ଧମକ ଦେଇ ଏକ କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିବା ବେଳେ ସେ ଦସ୍ତଖତ ନକରି ସେଠାରୁ ନିଜଗାଁକୁ ଫେରି ଯାଇଥିଲେ । ପୁଣି ତା ପରଦିନ ଅର୍ଥାତ୍ ୧୩ ଜୁଲାଇରେ ପରିବାର ଲୋକଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ ଡାକି ପୁର୍ବରୁ ଲେଖା ଯାଇଥିବା ଉକ୍ତ କାଗଜରେ ଦସ୍ତଖତ କରି ଛାତ୍ରୀ ଜଣକୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ଛାତ୍ରୀ ଗାଁରେ ପହଁଞ୍ଚିବା ପରେ ଗାଁ ର ଆଶା, ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ଅଣାଜିବା ପରେ ଗତ ୩୦ ତାରିଖରେ ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳୀକା ଛାତ୍ରୀ ଜଣକ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଜଦି ଛାତ୍ରୀ ଜଣକ ୬ମାସ ହେଲାଣି ଗର୍ଭବତି ହେଲାଣି, ତେବେ କିଭଳି ହଷ୍ଟେଲ ଦାଇତ୍ବରେ ଥିବା କତ୍ତୃପକ୍ଷଙ୍କ ଜାଣି ପାରିଲେନି । ଯଦି ବିଳମ୍ବରେ ଯାଣିଲେବି ବିଦ୍ୟାଳୟ କର୍ତ୍ତୁପକ୍ଷ ଲିଖତ ଭାବେ ପୋଲିସ୍ କୁ ନଜଣାଇ ଓ ବିନା ପରାମର୍ଶରେ କେଉଁ କାରଣରେ ଓ କେମିତି ପରିବାରଙ୍କୁ ଜୋର୍ ଜବରଦସ୍ତ ଦସ୍ତଖତ କରାଇ ଛାତ୍ରୀକୁ ଘରକୁ ପଠାଇ ଦେଇଥିଲେ । ତେବେ ଏନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୩୦ତାରିଖରେ ଚାଇଲ୍ଡ ଲାଇନ୍ ପିଡିତା ଛାତ୍ରୀଙ୍କୁ ଆଣି ଥାନାରେ ଅଭିଯୁକ୍ତ ଜୁବକ ନାରେ ଅଭିଯୋଗ କରିଥିଲେ। ଏହାପରେ ୪୪୦/୨୨ରେ ପୋଲିସ ଘଟଣାର ତଦନ୍ତ କରି ଏହି ମାମଲାରେ ସମ୍ପୃକ୍ତ ଯୁବକ ହରିହର ଭୂମିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

nis-ad
Leave A Reply

Your email address will not be published.