ଆଠଗଡ଼ରେ କୁକୁଡ଼ା ଚୋରିକୁ ନେଇ ହତ୍ୟା!

ଆଠଗଡ଼: କୁକୁଡା ଚୋରିରୁ ହତ୍ୟା ଅଭିଯୋଗ । ଆଠଗଡ଼ ଥାନା କନ୍ଦରପୁର ଟାଙ୍ଗୀ ସାହିରେ କୁକୁଡ଼ା ଚୋରିକୁ ନେଇ ହତ୍ୟା ଅଭିଯୋଗ । କୁକୁଡା ଫାର୍ମ ପାଖରୁ ମୃତଦେହ ଉଦ୍ଧାର କରିଛି ଆଠଗଡ ପୋଲିସ । ମୃତକ କନ୍ଦରପୁର ଗାଁର ଗଣେଶ ସାମଲ ।

ଗଣେଶ ପୂର୍ବରୁ ଉକ୍ତ ଫାର୍ମରେ କାମ କରୁଥିଲେ । ଗତକାଲି ରାତିରେ କୁକୁଡା ଚୋରିକୁ ନେଇ ଫାର୍ମ ମାଲିକ ଏବଂ ଗଣେଶଙ୍କ ଭିତରେ ବଚସା ହୋଇଥିଲା ।

ଏହାକୁ କେନ୍ଦ୍ର କରି ଫାର୍ମ ମାଲିକ ଏବଂ ତାଙ୍କ ସହଯୋଗୀ ଗଣେଶଙ୍କୁ ବାଉଁଶରେ ପିଟି ପିଟି ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ SDPOଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

nis-ad
Leave A Reply

Your email address will not be published.