ଚାକିରି ଦେବା ନାଁରେ ଠକେଇ : ଚଳୁ କରିଗଲେ ୨୧ ଲକ୍ଷ ଟଙ୍କା…

ମାଲକାନଗିରି : ସରକାରୀ ଚାକିରୀ ଆଶାରେ ମାଲକାନଗିରି ଜିଲା ମାଥିଲି ଅଂଚଳରୁ ଠକାମୀର ଶୀକାର ହୋଇଛନ୍ତି ଶିକ୍ଷିତ ୪ ଯୁବକ ଏବଂ ଜଣେ ମହିଳା । ସରକାରୀ ପଦ ପଦବିରେ ନିଯୁକ୍ତି ଦେବାକୁ କହି ରଖି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇ ୨୧ ଲକ୍ଷ ଚଳୁ କରିଦେଲେ ଏହି ମହାଠକ ଚିନ୍ମୟ ମହାପାତ୍ର । ବର୍ତ୍ତମାନ ସଂପୃକ୍ତ ଠକକୁ ମାଲକାନଗିରି ପୋଲିସ ଧରିବାରେ ସକ୍ଷମ ହୋଇଛି । ମହାଠକ ଚିନ୍ମୟ ମହାପାତ୍ର ବାଲେଶ୍ବରର ଜିଲ୍ଲା ଗେଙ୍ଗୁଟି ଅଂଚଳର ବାସିନ୍ଦା । କିଛିଦିନ ହେବ ଭୁବନେଶ୍ବର ସ୍ଥିତ ଓଏସଏ ନିକଟରୁ ତାଙ୍କୁ ପୋଲିସ ଦ୍ୱାରା ଗିରଫ କରାଯାଇଛି । ମାଥିଲି ଅଂଚଳର କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଫସିଆଇ , ବିଏସଏସଓ , ଏସଆଇ , କିରାଣୀ ଏବଂ ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀ କରାଇ ଦେବାପାଇଁ ପୃଥକ ପୃଥକ ଭାବେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ମହାଠକ ଚିନ୍ମୟ ମହାପାତ୍ର । ମହାଠକଙ୍କ ପ୍ରରୋଚନାରେ ପଡି ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗକାରୀ ବାରମ୍ବାର ଟଙ୍କା ମାଗି ହତାଶ ହେବାପରେ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଯୁବକ ଯୁବତୀ ଙ୍କ ଅଭିଯୋଗ ଆଧାରରେ ପୋଲିସର ସ୍ବତନ୍ତ୍ର ଟିମ୍ ଭୁବନେଶ୍ବରରୁ ଉକ୍ତ ଠକ କୁ ଠାବ କରି କାବୁକରିବାରେ ସକ୍ଷମ ହୋଇଛି । ଗତକାଲି ମାମଲା ଦାୟର ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ ମଧ୍ୟ କରିଛି ମାଥିଲି ପୋଲିସ ।

nis-ad
Leave A Reply

Your email address will not be published.