ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା, ଦୁଇ ଗୁରୁତର

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଥିବା ବାବାଜୀ ଢ଼ାବା ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ସମେତ ଦୁଇ ଗୁରୁତର ହୋଇଛନ୍ତି । ଗୁରୁତର ଆହାତ ବ୍ୟକ୍ତି ଜଣକ ହେଲେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ଅବସର ପ୍ରାପ୍ତ ସେନା କର୍ମଚାରୀ ଏମ୍‌. ଲୋକନାଥ , ମନିପାଳ ଗିରି ବୋଲି ପୁଲିସ କହିଛି । ଖବର ପାଇ ବ୍ରହ୍ମପୁର ଟ୍ରଫିକ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲା । ଏଠାରେ ଆହତ ଲୋକନାଥ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପୁଲିସ କହିଛି ।
ସୂଚନାଯୋଗ୍ୟ ଯେ ଏମ୍‌. ଲୋକନାଥ ଏବଂ ମିନିପାଳ ଆଜି ଗୋଳାବନ୍ଧ ସ୍ଥିତ ସେନା କର୍ମଚାରୀଙ୍କ କ୍ୟାଣ୍ଟିନକୁ କିଛି ସାମଗ୍ରୀ ଆଣିବା ନିମନ୍ତେ ଯାଇଥିଲେ । ସେ ମଧ୍ୟାହ୍ନ ସମୟରେ ଫେରିବା ବେଳେ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ବାବାଜୀ ଢ଼ାବା ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଲୋକନାଥ ବାମ ଗୋଡ଼ରେ ଗଭିର ଆଘାତ ଲାଗିଥିବା ବେଳେ ମିନିପାଳଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷେତ ସୃଷ୍ଟି ହୋଇଛି ।
ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାର ସ୍ଥଳ ରୁ ଫେରାର ହୋଇଯାଇଛି । ଖବର ପାଇ ଟ୍ରାଫିକ ଥାନା ଅଧିକାରୀ ସୁନିଲ କୁମାର ବେହେରା ଘଟଣା ସ୍ଥଳକୁ ପହଞ୍ଚି ଆହାତଙ୍କୁ ଏମ୍‌କେସିଜି ପଠାଇବା ସହ ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡ଼ିକୁ ଠାବ କରିବା ନିମନ୍ତେ ବିଭିନ୍ନ ସ୍ଥାନ ରେ ଖଞ୍ଜାଯାଇଥିବା ସିସିଟିଭି ଫୁଟେଜ ସଂଗ୍ରହ କରୁଛି । ଏହା ସହ ଏହି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି

nis-ad
Leave A Reply

Your email address will not be published.