ଭୋଟର ସହିତ ଆଧାର ସଂଯୋଗୀକରଣ ଉପଖଣ୍ଡସ୍ତରୀୟ ବୈଠକ

ଭଞ୍ଜନଗର (୧/୮) : ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଭୋଟର ସହିତ ଆଧାର ସଂଯୋଗୀକରଣ ନିମନ୍ତେ ଉପ-ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଂକର ରାୟଙ୍କ ଆହୁତ ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧୀ ସହ ଗଣମାଧ୍ୟ୍ୟମ ପ୍ରତିନିଧୀମାନେ ଯୋଗ ଦେଇଥିଲେ | କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକ ପ୍ରତିନିଧି ଆଇନ ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡିଏ ସଂଶୋଧନ କରାଯାଇଛି | ତାହା ଅବଗତ କରାଇ ଥିଲେ ଉପଜିଳ୍ଲାପାଳ ଯାହାକି ଚଳିତ 2022 ମସିହା ଅଗଷ୍ଚ 1 ତାରିଖଠାରୁ କାର୍ଯ୍ୟକାରୀ ହେବ | ତା୦୧.୦୪.୨୦୨୩ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କର ଆଧାର ନମ୍ବର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଜଣାଇବେ | ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ଫର୍ମ 6 (ଖ) ପ୍ରଚଳନ କରାଯାଇଛି ଏବଂ ଏହି ଫର୍ମ ନିର୍ବାଚନ ଆୟୋଗଙ୍କ Website : ERONET, GARUDA,NVSP,VHA etc. ରେ ଉପଲବ୍ଧ ହେବ | ଆଜିର ଏହି ବୈଠକରେ ସି.ପି.ଆଇ ପ୍ରତିନିଧି ଶ୍ରୀ ସୋମନାଥ ନାୟକ,ବିଜେପି ଦଳର ଶ୍ରୀ ସନ୍ତୋଷ କୁମାର ତିଆଡି ଏବଂ ଶ୍ରୀ ରଞ୍ଜନ କୁମାର ରାଉତ, କଂଗ୍ରେସ ର ଶ୍ରୀ ସନ୍ତୋଷ କୁମାର ନାୟକ, ବିଜେଡି ର ଶ୍ରୀ ରାଜେନ୍ଦ୍ର କୁମାର ପ୍ରଧାନ, ଏପିପି ର ଶ୍ରୀ ଗୋପାଳ ଚନ୍ଦ୍ର ବିଷୋୟୀ, ଧରିତ୍ରୀ ରସାମ୍ବାଦିକ ଶ୍ରୀ ବାବୁଲା ପ୍ରଧାନ, ସମ୍ବାଦ ର ଶ୍ରୀ ବିଶ୍ବମ୍ବର ଜେନା, ସାମ୍ବାଦିକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ସାମ୍ବାଦିକ ଉଦୟନାଥ ପଣ୍ଡା ପ୍ରବୂତି ସାମ୍ବାଦିକ ଗଣ ଏବଂ ରାଜନୈତିକ ଦଳର ପ୍ରତନିଧ ଗଣ ଯୋଗଦେଇ ଥିଲେ ଉପ-ଜିଲ୍ଲାପାଳ ଶ୍ରୀ ରାୟ ସମସ୍ତଙ୍କୁ ସଂଜକୀକରଣ, ରୂପାନ୍ତରିତ ପଞ୍ଜିକରଣ ଫର୍ମ ଉପରେ ବିସଦ ଭାବରେ ଆଲୋଚନା କରିଥିଲେ ଏହାର ପ୍ରସାର ପାଇଁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜଣାଇଥିଲେ. ଏହି ବୈଠକରେ ଉପଖଣ୍ଡ ସୂଚନା ଲୋକସଂର୍ପକ ଅଧିକାରୀ ଶ୍ରୀ ଗୌରୀ ଶଂକର ଶତପଥି ଏବଂ ଉପଜିଲ୍ଲାପାଳ ନିର୍ବାଚନ ବିଭାଗର ବରିଷ୍ଠ କର୍ମଚାରୀ ଶ୍ରୀ ମୁକ୍ତିପଦ ନାୟକ ଓ ଶ୍ରୀ ଗଙ୍ଗାଧର ସାହୁ ଏବଂ ଆର. ସତ୍ୟନାରାୟଣ ରେଡୀ ଉପସ୍ତିତ ଥିଲେ ।

nis-ad
Leave A Reply

Your email address will not be published.