ଜିଲ୍ଲାପାଳ ଙ୍କ ବଣ୍ଡାଘାଟି ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା ।

ମାଲକାନଗିରି : ଜିଲ୍ଲାର ବଣ୍ଡା ଘାଟି ଅଞ୍ଚଳଟି ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ମଧ୍ୟରେ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରୟାସରେ ଧୀରେ ଧୀରେ ଅଞ୍ଚଳରେ ବିକାଶ ପହଞ୍ଚି ପାରିଛି । ତେବେ ସମୁଦ୍ର ପତ୍ତନଠାରୁ ପ୍ରାୟ ୫୦୦୦ ଫୁଟ ଉପରେ ଥିବା ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି ଏହି ଆଦିମ ଜନଜାତିର ବଣ୍ଡା ଲୋକେ ବସବାସ କରୁଥିବା ବେଳେ ସେଠାରେ ଆଜୀବୀ ଅନେକ ସମସ୍ୟା ରହିଛି । ତେବେ ଏହି ସମସ୍ୟାଗୁଡିକର ସମାଧାନ ପାଇଁ ସରକାରୀ କଳ ଭରପୁର ପ୍ରୟାସ କରୁଥିବା ବେଳେ ଅଞ୍ଚଳରେ ସ୍ଥିତିର ସମୀକ୍ଷା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ । ଜିଲ୍ଲାପାଳ ଶ୍ରୀ ସିଂ ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ଦୁର୍ଗମ ବଣ୍ଡାଘାଟି ଅଞ୍ଚଳର ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଞ୍ଚାୟତର ଅନେକ ଗାଁ ଗୁଡିକୁ ଯାଇ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଆଦିମ ବଣ୍ଡା ସମ୍ପ୍ରଦାୟର ସମସ୍ୟା ବୁଝିଛନ୍ତି । ସେ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ବେଳେ ବିଶେଷ କରି ପିଇବା ପାଣି, ଭତ୍ତା ବଣ୍ଟନ, ଅଙ୍ଗନବାଡି ଓ ସ୍କୁଲର ବିଭିନ୍ନ ସମସ୍ୟା ନେଇ ଶ୍ରୀ ସିଂ ସ୍ଥାନୀୟ ଲୋକେ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତରେ ଜିଲ୍ଲାପାଳ ଶ୍ରୀ ସିଂଙ୍କ ସହ ଖଇରପୁଟ ବିଡିଓ ତଥା ବଣ୍ଡା ଉନ୍ନୟନ ସଂସ୍ଥାର ପ୍ରୋଜେକ୍ଟ ଲିଡର୍ ହୃଦାନନ୍ଦ ସାହୁ, ବ୍ଲକ ଓ ବିଡିଏ ସଂସ୍ଥାର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଅଞ୍ଚଳରେ ବିଭିନ୍ନ ସମସ୍ୟା ଗୁଡିକ ରହିଥିବା ବେଳେ ସେଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।

nis-ad
Leave A Reply

Your email address will not be published.