ବରିଷ୍ଠ ସାମ୍ବାଦିକ କୃପାସିନ୍ଧୁ ପଣ୍ଡା ଙ୍କ ବିୟୋଗ : ଅଞ୍ଚଳ ରେ ଶୋକ…

ଛତ୍ରପୁର: ଛତ୍ରପୁର ର ବରିଷ୍ଠ ସାମ୍ବାଦିକ ତଥା ଛତ୍ରପୁର ପ୍ରେସ କ୍ଳବର ସଦସ୍ଯ କୃପାସିନ୍ଧୁ ପଣ୍ଡା (72)ଙ୍କ ଆଜି ହୃତଘାତ ରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ରେ ବିୟୋଗ ଘଟିଛି l ତାଙ୍କ ଦେହ ଅସୁସ୍ଥ ଥିବା ରୁ ସେ ବ୍ରହ୍ମପୁର ଏମ କେସି ଜି ମେଡିକାଲ ରେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ l
ସେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ l ଏହା ସହ ସେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକତ୍ସାଳୟର ରୋଗୀ କଲ୍ୟାଣ ସମିତି ର ସଦସ୍ଯ ମଧ୍ୟ ରହିଥିଲେ l ସେ ଜଣେ ପରୋପକାରୀ, ଧର୍ମରାୟଣ ବ୍ୟକ୍ତି, ଶିକ୍ଷାବିତ ଏବଂସାମ୍ବାଦିକ ଭାବେ ଛତ୍ରପୁର ଓ ଆଖପାଖ ଅଂଚଳ ରେ ସୁପରିଚିତ ଥିଲେ l ତାଙ୍କର ମୃତ୍ୟୁ ଖବର ପ୍ରସାର ପରେ ଅଂଚଳ ରେ ଏକ ଶୋକ ଛାୟା ଖେଳି ଯାଇଛି l ଏନେଇ ହାଇସ୍କୁଲ ରୋଡ଼ ସ୍ଥିତତାଙ୍କ ର ବାସଭଵନ ରେ ଛତ୍ରପୁର ପ୍ରେସ କ୍ଳବର ସମସ୍ତ କର୍ମକର୍ତା ଓ ସଦସ୍ଯ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସ୍ବର୍ଗତ ପଣ୍ଡା ଙ୍କ ଶେଷ ଦର୍ଶନ କରିଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ଜଗନ୍ନାଥ , ବୋହୁ, ତିନି ଝିଅ -ଜ୍ୱାଇଁ, ନାତି ନାତୁଣୀ ଏବଂ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ l ତାଙ୍କର ଅନ୍ତେଷ୍ଟ୍ରି କ୍ରୀୟା ପୁରୀ ସ୍ୱର୍ଗ ଦ୍ୱାରା ହୋଇଥିଲା l ଏନେଇ ଆଜି ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ତାଙ୍କର ଅମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ପ୍ରାର୍ଥନା କରାଯାଇଥିଲା l

nis-ad
Leave A Reply

Your email address will not be published.