ରାଉରକେଲା ସ୍ମାର୍ଟସିଟିର ଉର୍ନତିକରଣ ପାଇଁ ଅନେକ ଲୋକମୁଖୀ କାର୍ଯ୍ୟର ଶୁଭାରମ୍ଭ…


ରାଉରକେଲା : ରାଉରକେଲା ଜନସାଧାରଣ ଏବଂ ବ୍ୟବସାଇ ମାନଙ୍କର ଅଧିକରୁ ଅଧିକ ସୁବିଧା ପାଇଁ ଆରଏମସି ତରଫରୁ,ଏସଟିଆଇ ଗଣେଶ ମାର୍କେଟ ନିକଟରେ ପାଖାପାଖି ଚାରି କୋଟି ଟଙ୍କା ବ୍ୟୟରେ ତ୍ରୀସ୍ତରୀୟ ବିଲ୍ଦିଙ୍ଗ (ଦୋକାନ ଗୃହ ପାଇଁ),ଏବଂ ସେଇଭଳି ଭାବେ ବାସନ୍ତିକଲୋନୀ ଜଗନ୍ନାଥ ମନ୍ଦିର ନିକଟରେ ପାଖାପାଖି ଚାରିକୋଟି ଟଙ୍କା ବ୍ୟୟରେ ଦୁଇସ୍ତରୀୟ ମାର୍କେଟ କମ୍ପଲେକ୍ଶ ନିର୍ମାଣ କରିବାପାଇଁ ଜିଲା ଯୋଜନା ବୋର୍ଡ ଅଧ୍ଧକ୍ଷ ତଥା ରାଉରକେଲା ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଦ୍ଵାରା ଶୁଭ ଦିଆଯାଇଅଛି। ପୂର୍ବରୁ ଥିବା ପିଏଚଡ଼ିର ନୂତନ ନାମ ପରିବର୍ତନ ହୋଇ ‘ୱାଟକୋ’ ଦ୍ଵାରା ଲୋକମାନଙ୍କ ଘରକୁ ପ।ଣି ସପ୍ଲାଇ କରାଯାଇଥାଏ। ଯେତେବେଳେ ଏଲେକ୍ଟ୍ରି ଲାଇନି ଚାଲିଯାଏ,ସେତେବେଳେ ଜଳ ଯୋଗାଣରେ ଅସୁବିଧା ସୃଷ୍ଟି ହୋଇଥାଏ । ଏହି ଅସୁବିଧା ଦୂରକରିବା ପାଇଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକଙ୍କ ଅନୁରୋଧ କ୍ରମେ ଡ଼ିଏମଏଫ ତରଫରୁପାଖାପାଖି ଅସି ଲକ୍ଷ ଆର୍ଥିକ ଅନୁଦାନ ଦ୍ଵାରା,ୱାଟକୋ ତାର ନିଜସ୍ଵ ଟ୍ରାନ୍ସଫର୍ମର ବସାଇବାପାଇଂ ଭୂମିପୂଜନ ମାନ୍ୟବର ବିଧାୟକଙ୍କ ଦ୍ଵାରା ଶୁଭକାର୍ଯ୍ୟ କରାଯାଇଅଛି । ଉକ୍ତକାର୍ଯ୍ୟ ସମ୍ପୂର୍ଣପରେ ଇଲେକ୍ଟ୍ରିଲାଇନି ୧୧କେବିରୁ ଚାଲିଗଲେ ମଧ୍ୟ ୱାଟକୋ ତରଫରୁ ଜଳଯୋଗାଣରେ କୌଣସି ଆସୁବିଧା ହେବନାହି । ସେହିପରି ୱାଟକୋ ତରଫରୁ,ଏୟାରପୋର୍ଟ ଠାରୁ ଛେଣ୍ଡକଲୋନୀ ଫାର୍ମଷ୍ଟିତ କଲେଜ ଛକ ପର୍ଯ୍ୟନ୍ତ ଦୋହରିରସ୍ତା ହେଉଥିବାରୁ,ପୁରୁଣା ପ।ଣି ପାଇପ ଲାଇନି ବଦଳରେ, ରାସ୍ତାର ଅନ୍ୟପକ୍ଷରେ ନୂତନ ପାଇପ ଲାଇନି, ପାଖାପାଖି ୪୮ଲକ୍ଷ ଟଙ୍କା ବ୍ୟୟରେ କରାଯିବାର କ।ର୍ଜ୍ୟର ଶୁଭାରମ୍ଭ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକଙ୍କ ଦ୍ଵାରା କରାଯାଇଅଛି । ୱାଟକୋ ତରଫରୁ ଜେନରାଲ ମ୍ୟାନେଜର ଆଦିଲ ମହମଦ,ମ୍ୟାନେଜର ସୁବାଶ ଚନ୍ଦ୍ର ରାଉତ,ଆସିଷ୍ଟାଣ୍ଡ ମ୍ୟାନେଜର ପ୍ରଦୀପ କୁମାର ମହାପାତ୍ର,ଶ୍ରୀଧର ପଟ୍ଟନାୟକ,ଆରଏମସି ଜେଇ ସନ୍ତୋଷ ପାତ୍ର ଉପସ୍ଥିତ ଥିଲାବେଳେ,ଦୋକାନୀ ଭାଇମାନେ,ଅଶ୍ଵନୀ ବିଶ୍ଵାଳ,ଖଗେଶ୍ଵର ନାୟକ,ପୂର୍ଣ ଚନ୍ଦ୍ର ସାହୁ,ଅଞ୍ଜନ ଧଳ,ବିଚିତ୍ର। ବାରିକ, କଲୋନୀବାସୀ ବାବୁଲି ଦାସ,ଶ୍ରୀବତ୍ସ କୁଁଅର ,ବୁଲୁ ମହାନ୍ତୀ,ଭଞ୍ଜ ସିଂହ,ରା଼ଜୁ ବାରିକ ଆନନ୍ଦ ଚନ୍ଦ୍ର ମହାନ୍ତି,ଶ୍ରୀଚରଣ ମହାନ୍ତି,ଜୟନ୍ତ କୁମାର ମିଶ୍ର,ଜର୍ଜ ଆନନ୍ଦ,ଅଭୟ ଦାସ, କାବୁଲି ପ୍ରତିହାରୀ,ଅକ୍ଷୟ ନାୟକ,ପୀତବାସ କାଣ୍ଡି,ଦେବାନନ୍ଦନ ତ୍ରିପାଠୀ,ଅଜୟ ସାହୁ,ସୁଶାନ୍ତ ରାଉତ,ଶ୍ରୀମତୀ ଜୋଶ୍ନା ନାୟକ, ସମେତ ଶୁଭ କାର୍ଯ୍ୟକୁ ସଫଳ କରିଥିଲେ ।

nis-ad
Leave A Reply

Your email address will not be published.