ଖଲ୍ଲିକୋଟ କଲେଜ ନାମ ଫଳକ ବିବାଦ : ଭୁଲକୁ ସଂଶୋଧନ କଲେ କତୃପକ୍ଷ…

ବ୍ରହ୍ମପୁର -ରାଜ୍ୟ ସରକାର ବ୍ରହ୍ମପୁର ଖଲ୍ଲିକୋଟ କଲେଜକୁ 2021 ଅଗଷ୍ଟ ମାସରେ ବିଶ୍ୱବିଦ୍ୟାଳୟ ଘୋଷଣା କଲେ, ଏହି ପରିପ୍ରେକ୍ଷୀରେ କତୃପକ୍ଷ ଖଲ୍ଲିକୋଟ ମହାବିଦ୍ୟାଳୟ, ପ୍ରତିଷ୍ଠା -1878 ଲେଖାଥିବା ମୁଖ୍ୟ ଫାଟକ ଉପରୁ ନାମ ଫଳକକୁ ଭାଙ୍ଗି ଦେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ -2021 ଲେଖିଲେ l ଏହାକୁ ବିରୋଧ କରି ଆଇନଜୀବି ତଥା ଶ୍ରମିକ ନେତା ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଗତ ସେପ୍ଟେମ୍ବର ମାସରେ ପ୍ରତିବାଦ କରାଯିବା ସହ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବୀ କରାଯାଇଥିଲା କିନ୍ତୁ କତୃପକ୍ଷ ଜାଣିଶୁଣି ସମୟ ଗଡ଼ାଇ ଚାଲିଲେ,144 ବର୍ଷର ଏହି ଐତିହାସିକ କଲେଜର ଇତିହାସକୁ ନଷ୍ଟ କରିବାକୁ କରାଯାଉଥିବା ହୀନ ଚକ୍ରାନ୍ତ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଆସନ୍ତା ଅଗଷ୍ଟ 4 ତାରିଖରୁ କଲେଜ ଆଗରେ ସତ୍ୟାଗ୍ରହ କରିବାକୁ ଧମକ ଦିୟାଗଲା, ଫଳରେ କତୃପକ୍ଷ ଆଜି ମୁଖ୍ୟ ଫାଟକର ନାମ ଫଳକକୁ ସଂଶୋଧନ କରିବାକୁ ବାଧ୍ୟହେଲେ l ଏହାକୁ ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଖୁସି ବ୍ୟକ୍ତି କରିବା ସହ ଏହି ଲଢେ଼ଇ ରେ ସାହାଯ୍ୟ କରିଥିବା ସହଯୋଗୀ, ମିଡ଼ିଆ ବନ୍ଧୁ ଓ ବ୍ରହ୍ମପୁର ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l

nis-ad
Leave A Reply

Your email address will not be published.