ପ୍ରବଳ ବର୍ଷାରେ ଭାଙ୍ଗିଲା ଗମ୍ପାକୋଣ୍ଡା ମୁଖ୍ୟ କେନାଲ, ହଜାର ହଜାର ଏକର ଜମି ଜଳମଗ୍ନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ପ୍ରବଳ ବର୍ଷ ଯୋଗୁ ଭାଙ୍ଗିଲା ଗମ୍ପାକୋଣ୍ଡା ମୁଖ୍ୟ କେନାଲ । ଗମ୍ପାକୋଣ୍ଡା ର ଏମପିଭି ୭୫ ଗାଁ ରେ ଚାଷଜମି ଜଳମଗ୍ନ । ଚାଷ ଜମିରେ କେନାଲ ପାଣି ପଶିବାରୁ ଜମିରେ ଘାଇ ସୃଷ୍ଟି ହେବା ଚାଷୀ ଙ୍କ ମନରେ ଭାଲେଣି ପଡିଛି । ଜମିଗୁଡିକ ରେ ପ୍ରାୟ ୫ରୁ ୭ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଏକର ଏକର ଚାଷ ଜମି ନଷ୍ଟ ହେଉଛି । ଆଜି ସକାଳେ ପଟେରୁ ଜଳ ସେଚନ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳ ରେ ପହଁଚି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିବା ବେଳେ କେନାଲ ର ସଠିକ ସମୟରେ ମରାମତି ନହେବା ରୁ ଏହି ଭଳି ଦୃଘଟଣା ହେଉଥିବା ସାଧାରଣ ରେ ଆଲୋଚନା ହେଉଛି ।

nis-ad
Leave A Reply

Your email address will not be published.