୮ ମୋବାଇଲ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ (୨୬।୭) : ହିଞ୍ଜିଳିକାଟୁ ସିନେମା ହଲ ଛକ ମୁନା ମୋବାଇଲ ଦୋକାନ ରୁ ଗତ ମଇ ମାସରେ ହୋଇଥିବା ଚୋରି ଘଟଣାରେ ହିଞ୍ଜିଳି ପୋଲିସ୍ କୁ ସଫଳତା ମିଳିଛି । ଘଟଣାର ତଦନ୍ତ କରି ପୋଲିସ ବୁରୁପୋଡା ଗ୍ରାମ ର ବବୁଲ ଦଳାଇ କୁ ଗିରଫ କରିଛି । ଖବର ଅନୁଯାୟୀ ଗତ ମଇ ମାସ ୧୧ତାରିଖ ରାତ୍ରିରେ ହିଞ୍ଜିଳିକାଟୁ ସିନେମା ହଲ ଛକ ନିକଟରେ ମୁନା ମୋବାଇଲ ଦୋକାନ ର ତାଲା ଭାଙ୍ଗି ବିଭିନ୍ନ କମ୍ପାନୀ ର ୮ ଟି ମୋବାଇଲ ଦୁର୍ବୃତ୍ତ ଚୋରି କରିନେଇଥିଲେ । ଏନେଇ ଦୋକାନ ମାଲିକ ସମୀର ରଥ ହିଞ୍ଜିଳି ଥାନା ରେ ମଇ ୧୨ ତାରିଖରେ ଅଭିଯୋଗ କରିବା ପରେ ଥାନାରେ ନଂ ୨୩୭/୨୨ ରେ ଏକ କେସ୍ ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା I ମଙ୍ଗଳବାର ଚୋରି ମୋବାଇଲ ବିକ୍ରି କରିବା ପାଇଁ ନେବା ସମୟରେ ଖବର ପାଇ ବବୁଲଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୮ ଗୋଟି ମୋବାଇଲ ଜବତ କରିଛି I ଗିରଫ ବବୁଲ ନାମରେ ଗଞ୍ଜାମ ଜିଲ୍ଲାର ବୁଗୁଡା, ଜଗନ୍ନାଥପ୍ରସାଦ , ଭଞ୍ଜନଗର, ଶେରଗଡ଼, ଧରାକୋଟ, ବଡ଼ଗଡ଼, ପାଟପୁର ଥାନା ଅଞ୍ଚଳରେ ବିଭିନ୍ନ ଚୋରି ଓ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତି ଥିବା ଜଣାପଡିଛି।

nis-ad
Leave A Reply

Your email address will not be published.