ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ମାଲକାନଗିରି : ମାଲକାନଗିରି ଆଜି ଆସନ୍ତା ଅଗଷ୍ଟ ୧୫ ପାଇଁ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଲାଗି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଦର ମହକୁମା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇ ଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟଙ୍କ ସହ ବିଭିନ୍ନ ବିଭାଗର ପଦାଧଇକାରୀ, ବିଦ୍ୟାଳୟ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା, ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ । ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଆଚାର୍ଯ୍ୟ ଗତବର୍ଷର ସମାରୋହର ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ଡିଏନ୍କେ ଖେଳ ପଡିଆ ଠାରେ ସ୍ୱାଧୀନତା ଦିବସ ପାଳନ ହେବା ସହ ପ୍ରତି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବକ୍ତୃତା, ରଚନା, ପ୍ରତି ଯୋଗିତା ଅନୁଷ୍ଠିତ ହେବ । ରାସ୍ତା ଓ ଗୃହ ନିର୍ମାଣ ବିଭାଗ ବାରିକେଟ୍‌ ନିର୍ମାଣ, ହେଲିପ୍ୟାଡ୍‌, ମଂଚ ପ୍ରସ୍ତୁତି, ପୌର ପରିଷଦ ତରଫରୁ ପରିମଳ ବ୍ୟବସ୍ଥା, ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ, ପୋଲିସ ବାହିନୀ, ଛାତ୍ରଛାତ୍ରୀଙ୍କୁ ନେଇ ପ୍ୟାରେଡ, ଶାନ୍ତି ଶୃଙ୍ଖଳା ଓ ଯାନବାହାନ ନିୟନ୍ତ୍ରଣ ପୋଲିସ ବିଭାଗ ଦ୍ୱାରା କରାଯିବା ପାଇଁ ନିଷ୍ପତି ନିଆଗଲ । ସେହିପରି ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ପରିବର୍ତନ ସଂସ୍ଥା ଫଳ ବଂଟନ କରିବା ସହ ମାଲକାନଗିରି ସହର ନିକଟ ଶ୍ମଶାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇ ଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମଂଚରେ ମାନପତ୍ର ଓ ଟ୍ରଫି ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଛି ।
ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଟ୍ରଫି ଗୁଡିକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯିବା ଅପରାହ୍ନରେ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ ଫୁଟବଲ ପ୍ରତି ଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଗଲା । ଆଜିର ବୈଠକରେ ସ୍ୱାସ୍ଥ୍ୟ, ଜଙ୍ଗଲ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଜିଲ୍ଲା ମଙ୍ଗଳ ବିଭାଗ ଭଳି ଅନ୍ୟ କେତେକ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ନଥିବାରୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ । ବୈଠକ ଶେଷରେ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଆଚା ର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.