ସିବିଏସି ଫଳାଫଳ ପରେ ଛାତ୍ରଙ୍କ ଆତ୍ମହତ୍ୟା…

ଚିକିଟି : ଗଂଜାମ ଜିଲ୍ଲା ଅନ୍ତର୍ଗତ, ଗୋଳନ୍ଥରା ଥାନା ଅଧୀନସ୍ଥ ସୁରଳ ରୋଡ଼ ଗିରିସୋଲା ମଧ୍ୟରେ ଯୁକ୍ତ ଦୁଇ ଛାତ୍ର ଜଣକ ଟ୍ରେନରେ କଟି ମୃତୁବରଣ କରିଛନ୍ତି l ସୂଚନା ପ୍ରକାରେ ଉକ୍ତ ଥାନା ଅଧିନସ୍ଥ ପିତାତୋଳି ଗ୍ରାମର ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ଜ୍ୟୋଷ୍ଟ ପୁତ୍ର ସାଇରାମ ପଟ୍ଟନାୟକ (17) ପିତାତୋଳି ଆଦର୍ଶ ବିଦ୍ୟଳୟରେ ଯୁକ୍ତ ଦୁଇର ପରୀକ୍ଷା ଦେଇଥିଲେ। ଆଜି ଉକ୍ତ ପରିକ୍ଷlର ଫଳାଫଳ ବାହାରିବା ପରେ ପିଲାଟି ପରୀକ୍ଷା ଫଳ କମ ଥିବା ଦେଖି ଘରକୁ ନଯାଇ ସିଧା ଚାଲିଯାଇଥିଲେ l ଯିବା ବାଟରେ ଅର୍ଥାତ ପିତାତୋଳି ଠାରୁ ସୁରଳ ରୋଡ଼ ଗଲାପରେ ସୁରଳ ରୋଡ଼ ଓ ଗିରିସୋଲା ମଧ୍ୟରେ ଚଳନ୍ତା ଟ୍ରେନରେ କଟୀ ମୃତୁବରଣ କରିଥିବା ପ୍ରକାଶ ପାଉଛି l ଘଟଣା ଘଟିବାର ଦୀର୍ଘ ସମୟ ପରେ କିଛି ଲୋକ ଦେଖି ଘରକୁ ଖବର କରିଥିଲେ ପରେ ପରେ ତାଙ୍କ ପରିବାରବର୍ଗ ଘଟଣା ସ୍ଥଳରେ ପହଞ୍ଚିଥିଲେ l ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିଲେ l ଉକ୍ତ ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି l

nis-ad
Leave A Reply

Your email address will not be published.