ଭିନ୍ନକ୍ଷମ ଅଭିଜିତଙ୍କୁ ସରକାରୀ ସହାୟତା ସାତ ସପନ

ଉମରକୋଟ : ୪ବର୍ଷର ଅଭିଜିତ ଗଣ୍ଡ, ଭଲ ଭାବରେ ଚାଲି ପାରୁନି କି କଥାବିହେଇ ପାରୁନି | ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଭିନ୍ନକ୍ଷମ ଙ୍କ ପାଇଁ ସରକାରି ଯୋଜନା ସାତ ସପନ | ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ସ୍ଥାନୀୟ ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଭିନ୍ନ କ୍ଷମଭତ୍ତା ରୁ ବଂଚିତ ହେଉଛନ୍ତି ବହୁତ ହିତାଧୀକାରି | ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେବାଗଗାଁ ପଂଚାୟତ ଅନ୍ତର୍ଗତ କୁରୁବେଲା ଗ୍ରାମ ରେ |

ସୂଚନା ଅନୁଯାଇ କୁରୁବେଲା ଗ୍ରାମର ରାମ କୁମାର ଗଣ୍ଡଙ୍କ ଚାରି ବର୍ଷର ପୁଅ ଅଭିଜିତ ଗଣ୍ଡ ଯିଏ କି ଜନ୍ମ ରୁ ଭିନ୍ନକ୍ଷମ, ଚାଲି ପାରୁନି କି ଭଲ ହେଇ ଛିଡ଼ା ମଧ୍ୟ ହୋଇ ପାରୁନି | ପ୍ରଶାସନ ପାଖେ ଜଣେଇବା ପରେ ମଧ୍ୟ ଅଭିଜିତକୁ କୌଣସି ମେଡ଼ିକାଲ ସୁବିଧା କିମ୍ବା କୌଣସି ଭିନ୍ନକ୍ଷମ ଭତ୍ତା ଆଜି ଯାଏ ମିଳି ପାରିଲା ନାହିଁ | ଅଭିଜିତ ଙ୍କ ବାପା ବହୁତ ଗରିବ ହୋଇଥିବାରୁ ପୁଅ କୁ କୌଣସି ବଡ ମେଡ଼ିକାଲ କୁ ଚିକିତ୍ସା ପାଇଁ ନେ଼ଇ ପାରି ନ ଥିଲେ, ନିରାଶ ହୋଇ ଘରେ ପଡ଼ି ରହିଛନ୍ତି, ଭିନ୍ନକ୍ଷମ ଙ୍କ ପାଇଁ ସରକାରଙ୍କ ବହୁତ ଯୋଜନା ରହିଅଛି | ତେଣୁ ଅତିଶିଘ୍ର ଅଭିଜିତ କୁ ସମସ୍ତ ପ୍ରକାରର ସରକାରି ସହାୟତା ପ୍ରଦାନ କରାଯାଉ ବୋଲି କୁରୁବେଳା ଗ୍ରାମ ବାସି ଦାବି କରିଛନ୍ତି |

nis-ad
Leave A Reply

Your email address will not be published.