ଭାଲୁ ଆକ୍ରମଣରେ ଜଣେ ଆହତ

ମାଲକାନଗିରି : କାଲିମେଳା ବନ ବିଭାଗ ଅନ୍ତର୍ଗତ ପରଲୁଗୁଡା ଗ୍ରାମର ଜଣେ ଚାଷୀଙ୍କୁ ୩ ଟି ଭାଲୁ ଆକ୍ରମଣ କରିଥିବା ସୂଚନା ମିଳିଛି । ସେ ଗୁରୁତର ଆହତ ହେବାରୁ ତାଙ୍କୁ ଆମ୍ଭୁଲାନସ ଯୋଗେ ସିଧାସଳଖ ମାଲକାନଗିରି ସଦର ଡାକ୍ତରଖାନାକୁ ନିଆଯାଇଥିଲା । ଘଟଣାରୁ ଜଣାପଡିଛି ଯେ ପରଲୁଗୁଡା ଗ୍ରାମର ଚାଷୀ ଚନ୍ଦନ ନାୟକ (୨୫) ଆଜି ସକାଳେ ଚାଷ କରିବାକୁ ନିଜ ଜମି ନିକଟରେ ପହଞ୍ଚିଥିଲେ । ଏବଂ ସାଙ୍ଗରେ ଦୁଇଟି ବଳଦ କୁ ନେଇ ଯାଇଥିଲେ । ସେହି ସମୟରେ ହଠାତ୍ ୩ ଟି ଭାଲୁ ପଛପଟୁ ଆକ୍ରମଣ କରି ତାଙ୍କ ପେଟକୁ ଫାଡ଼ି ଦେଇଥିବା ବେଳେ ମୁଣ୍ଡ, ଜଂଘ, ହାତରେ ରାମ୍ପୁଡିବା ସହିତ କାମୁଡ଼ି ଦେଇଛନ୍ତି । ଆକ୍ରମଣ ସମୟରେ ସେ ଗୁରୁତର ଆହତ ହୋଇଥିଲେ ସୁଦ୍ଧା କୈଶଳକ୍ରମେ ଘଟଣା ସ୍ଥଳରୁ ଦୈାଡି ଆସି ଥିଲେ । ନିଜ ନିଜ ଜମିରେ କାମକରୁଥିବା ଅନ୍ୟ ଚାଷୀ ମାନେ ଏସଂପର୍କରେ ଜାଣିବା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ଭୁଲାନ କୁ ଡାକିଥିଲେ । ପରଲୁଗୁଡା ଗ୍ରାମ ନିକଟରେ ବିରାଟ ପର୍ବତ ଲମ୍ବି ରହିଛି । ଏହି ପର୍ବତତଳେ ଥିବା ଜମିରେ ଆଜି ସକାଳ ପ୍ରାୟ ୫ ଟା ବେଳକୁ ଉକ୍ତ ଚାଷୀ ଜଣକ ଚାଷ କରିବାକୁ ଯାଇଥିଲେ । ନିଜେ ଏବଂ ନିଜ ପରିବାର କୁ ବଞ୍ଚାଇବା ପାଇଁ ସେ ଚାଷକାମ ଆରମ୍ଭ କରିଥିବା ବେଳେ ଭାଲୁ ଆକ୍ରମଣ ଯୋଗୁଁ ଏବେ ତାଙ୍କ ଚାଷକାମରେ ସମସ୍ୟା ଉପୁଜିଛି । ତେଣୁ ଏଘଟଣା ପରେ ପରିବାର ଲୋକେ ଚିନ୍ତା ରେ ଭାଙ୍ଗି ପଡିଛନ୍ତି । ଭେଜାଙ୍ଗିୱ।ଡା ସରପଂଚ ସନ୍ତୋଷ କୁମାର କବାସି ଡାକ୍ତରଖାନାରେ ପହଞ୍ଚି ଗୁରୁତର ଚାଷୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଭେଟି ଥିଲେ ।

nis-ad
Leave A Reply

Your email address will not be published.