ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲାର ସାଙ୍ଗଠନିକ ବୈଠକ

ବୈଠକ ପରେ କଂଗ୍ରେସ ନେତାଙ୍କ କୁଶ ପୁତ୍ତଳିକା ଦାହ

ଫୁଲବାଣୀ/ବାଲିଗୁଡ଼ା : ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁର ଅଧ୍ୟକ୍ଷତା କରି ଆଗାମୀ ଦିନରେ ପ୍ରତି ବୁଥ୍ ରେ ଯୁବମୋର୍ଚ୍ଚା ସଙ୍ଗଠନ ଠିଆ କରି ଆସନ୍ତା ସାଧାରଣ ନିର୍ବାଚନରେ ତିନୋଟି ଯାକ ବିଧାନସଭାରେ ଯୁବମୋର୍ଚ୍ଚା ପ୍ରମୁଖ ଭୂମିକା ନିର୍ବାହ କରି ଦଳକୁ ବିଜୟୀ କରିବାକୁ ପ୍ରାଣପଣେ ଉଦ୍ୟମ କରିବ କହିବା ସହ ଅନ୍ୟାନ୍ୟ ସାଙ୍ଗଠନିକ ବିଷୟ ରଖିଥିଲେ । ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନାୟକ ସଭାକୁ ପରିଚାଳନା କରିଥିବାବେଳେ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ତଥା କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ ବୈଠକରେ ଯୋଗଦେଇ ଯୁବମୋର୍ଚ୍ଚାର ପ୍ରତିଟି କାର୍ଯ୍ୟକର୍ତ୍ତା ବୁଥ ଲିଟ୍ ର ପ୍ରମୁଖ ଭୂମିକା ନିର୍ବାହ କରନ୍ତୁ ତତ୍ ସହିତ କାର୍ଯ୍ୟକର୍ତ୍ତାଙ୍କ ଆଚରଣ, ଉଚ୍ଚାରଣ, ବ୍ୟବହାର ଓ କାର୍ଯ୍ୟ ଶୈଳୀ କିଭଳି ରଖିଲେ ଆମକୁ ଆଦର୍ଶ ଭାବି ଆମ ମାନଙ୍କ ପ୍ରେରଣାରେ ବିପୁଳ ସଂଖ୍ୟାରେ ଯୁବବର୍ଗ ଦଳକୁ ଆସିବେ ସେ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟରେ ଦିର୍ଘ ଦିନର ଏକ ସ୍ଥିତ ସରକାର ଥିବା ସତ୍ତ୍ବେ କନ୍ଧମାଳ ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ଗମନାଗମନ ପ୍ରତିଟି କ୍ଷେତ୍ରରେ ପଛକୁ ପଛକୁ ଯାଉଥିବା ବେଳେ ଜିଲ୍ଲାରେ ଦାଦନ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି କହିଥିଲେ । ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଯୋଗଦେଇ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଙ୍କ ନେତୃତ୍ବ ବିକାଶ କିପରି ହୋଇପାରିବ ସେ ଉପରେ ବୁଝାଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ଯୋଗଦେଇ କାର୍ଯ୍ୟ କର୍ତ୍ତା ମାନଙ୍କୁ ମାର୍ଗଦର୍ଶନ ଦେଇଥିବା ବେଳେ ବୈଠକରେ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର , ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦରେ , କୁସୁମି ପ୍ରଧାନ , ଜଗନ୍ନାଥ ସାହୁ (ଟିକୁ) ମାଧବ ଦାସ , ସୁଭାସିସ ମିଶ୍ର , ଆଦିକନ୍ଦ ପଟ୍ଟନାୟକ, ଅନାମି ମୁଖି , ଦେବାଶିଷ୍ ସାହାଣୀ ଙ୍କ ସହ ବହୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବୈଠକ ପରେ କଂଗ୍ରେସ ନେତା ଅଜୟ କୁମାର ଏନ୍.ଡି.ଏ . ପ୍ରାର୍ଥୀ ଦୌପଦୀ ମୁର୍ମୁ ଙ୍କ ଉପରେ ଦେଇଥିବା କଟୁ ମନ୍ତବ୍ୟ ବିରୋଧରେ ଏକ ଶୋଭାଯାତ୍ରାରେ ଆସି ସବକଲେକ୍ଟର ଅଫିସ୍ ସାମ୍ନାରେ କଂଗ୍ରେସ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ କଂଗ୍ରେସ ନେତା ଅଜୟ କୁମାର ଏବଂ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

nis-ad
Leave A Reply

Your email address will not be published.