ଜିିଲ୍ଲା ଆଇନଜୀବୀ ସଂଘ ତରଫରୁ ଦୁଇ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା


ନବରଙ୍ଗପୁର : ନବରଙ୍ଗପୁର ଅଦାଲତ ର ରେଜିଷ୍ଟ୍ରାର ତଥା ସହକାରୀ ଦୌରାଜଜ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ଓ ଏସ୍. ଡି. ଜେ. ଏମ୍. ଶ୍ରୀ ପ୍ରିୟରଞ୍ଜନ ଓଝା ଙ୍କ ବଦଳି ଅବସରରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରାମ ପ୍ରସାଦ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ଓ ଦୌରାଜଜ ଶ୍ରୀ ସଞ୍ଜୀବ ଦୁବେ ମୁଖ୍ୟ ଅତିଥି ଭାବେ ଓ ପରିବାର ଅଦାଲତ ବିଚାରପତି ଡଃ ମୁନ୍ ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ପ୍ରଣତି ସାହା, ଅତିରିକ୍ତ ଜିଲ୍ଲା ଜଜ୍ (ଆଡହକ୍) ନିରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲା ଜଜ୍ ଶିବ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ସାହୁ, ବରିଷ୍ଠ ଦେୱାନୀ ବିଚାରପତି ଅର୍ଣ୍ଣପୂର୍ନା ନାୟକ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ।

ଅତିରିକ୍ତ ସରକାରୀ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସରକାରୀ ଆଇନଜୀବୀ ଆଶିଷ ରଂଜନ ପଟ୍ଟନାୟକ, ସିରାଜୁଦ୍ଧିନ ଅହମ୍ମଦ, ଆଇନଜୀବୀ ଦେବୀ ପ୍ରସାଦ ସିଂ, ମିନାକ୍ଷୀ ପାଢ଼ୀ, ହରି ନାରାୟଣ ବେହେରା, ରାଜ କିଶୋର ନାଗ, ସୁବୋଧ ଚନ୍ଦ୍ର ବେନ୍ୟା, ତପନ ସିଂ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଦୁଇ ବିଚାରପତି ନିଜ କାର୍ଯ୍ୟକାଳ ମଧ୍ୟରେ ସମସ୍ତଙ୍କ ମନ ଜିଣି ପାରିଛନ୍ତି ବୋଲି କହିଥିଲେ। ଏହି ଅବସରରେ ଦୁଇ ବିଚାରପତିଙ୍କୁ ସଂଘ ତରଫରୁ ନବରଙ୍ଗପୁର ଚତୁର୍ଦ୍ଧା ମୂର୍ତ୍ତିଙ୍କ ଫଟୋଚିତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଯୁଗ୍ମ ସମ୍ପାଦକ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଇନଜୀବୀ ଜେନିଫର ସୁନା, ସ୍ନେହଲତା ଦେବୀ, କିଶୋରୀ ପଟ୍ଟନାୟକ, ଲକ୍ଷ୍ମୀ କାନ୍ତ ମିଶ୍ର, ଗଣବୀର ସିଂ ବିଷୋୟୀ, ସୁରଜ କୁମାର ନାୟକ, ସଞ୍ଜୀବ ଭକ୍ତ, ଶ୍ରୀକାନ୍ତ କୁମାର ପଣ୍ଡା, ଶର୍ମିଷ୍ଠା ରଥ, ପଙ୍କଜିନୀ ତ୍ରିପାଠୀ, ରାମ ଚନ୍ଦ୍ର ନାୟକ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ତ୍ରିପତି ମାଝୀ, ସୁଦାମ କୁମାର ସରାବୁ, ଗୋପାଳ କୃଷ୍ଣ ଶତପଥୀ, ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.