ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ

ମାଲକାନଗିରି : ସଶକ୍ତ ପଞ୍ଚାୟତିରାଜ୍ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଦୁଇ ସପ୍ତାହ ଧରି ପର୍ଯ୍ୟାୟ କ୍ରମେ ଚାଲିଥିବା ଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ସମାପ୍ତ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟ ରେ ୪ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୧ ତାରିଖ ଠାରୁ ୧୫ ପର୍ଯ୍ୟନ୍ତ, ସରପଞ୍ଚମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଆବାସିକ ତାଲିମ କାର୍ଯ୍ୟକ୍ରମ । ସମସ୍ତ ସାତ ଗୋଟି ବ୍ଲକ୍ ଯଥା ପଡିଆ, ଚିତ୍ରକୋଣ୍ଡା, ମାଲକାନଗିରି, କୋରୁକୋଂଡା, କାଲିମେଳା, ମାଥିଲି ଏବଂ ଖଇରପୁଟ ଅଞ୍ଚଳ ର ସମସ୍ତ ୧୧୧ ଗୋଟି ସରପଞ୍ଚମାନେ ଆଗ୍ରହ ର ସହିତ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଭାଗନେଇ ଶିକ୍ଷା ଗ୍ରହଣ କରିଛନ୍ତି ।

ଯେଉଁଥିରେ ମୁଖ୍ୟତ ସରକାରଙ୍କ ସମସ୍ତ ବିଭାଗର ସମସ୍ତ ପ୍ରକାର ର ଯୋଜନା ର ସହାୟତା ସାଧାରଣ ରୁ ଅତିସାଧାରଣ ଜନତା ଙ୍କ ପାଖରେ କିପରି ପହଁଚି ପାରିବ ତା ସହିତ ଏକ ସୁଦୃଢ଼ ପଞ୍ଚାୟତ ଗଠନ ହୋଇପାରିବ, ଏହି ଉଦ୍ଧେଶ୍ୟରେ ସମସ୍ତ ସରପଞ୍ଚ ଙ୍କୁ ଅବଗତି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମ ର ଅତିଥି କ୍ରମେ ମାଲକାନଗିରି ଜିଲ୍ଲା ପରିଷଦ ର କାର୍ଯ୍ୟାଳୟ ର ମୁଖ୍ୟ ଚିଫ୍ ଏକ୍ସକ୍ୟୁଟିବ୍ ଅଫିସର ଶ୍ରୀ ବାଳମୁକୁନ୍ଦ ଭୂୟାଁ, ଜିଲ୍ଲା ପଂଚାୟତ ଅଫିସର, ଜିଲ୍ଲା ଏଁପ୍ଲୋୟେମେଣ୍ଟ ଅଫିସର ଙ୍କ ସମେତ ସହଯୋଗୀ ଅଧିକାରୀ ଟ୍ରେନିଂ ଶ୍ରୀ ହିମାଂଶୁ ମହାରଣା ଙ୍କ ସହିତ ତାଲିମ ଦାତା ଶ୍ରୀ ସପନ ସିଂହ ଓ ଶ୍ରୀ ମନୋରଞ୍ଜନ ଦାଶ ଏବଂ ସମସ୍ତ ସରପଞ୍ଚ ଉପସ୍ଥିତି ଥିଲେ।

ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ତୁଲାଇ ସଫଳତାର ଶୀର୍ଷ ରେ ପହଞ୍ଚାଇବା ପାଇଁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଏବଂ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.