ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ : ପରୀକ୍ଷା ବାତିଲ୍‌

ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ । ଯୁକ୍ତ ତିନି ତୃତୀୟ ବର୍ଷ ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା ଜଣା ପଡିବା ପରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରଣ ଆଜିର ପରୀକ୍ଷା ବାତିଲ କରିଥିବା ସୂଚନା ଦେଇଛନ୍ତି । ଆଜି ଏଜୁକେସନ ଅନର୍ସ ପରୀକ୍ଷା ଥିଲା । ସକାଳେ ଭାଇରାଲ ହେଉଥିବା ପ୍ରଶ୍ନପତ୍ର ପ୍ରକୃତ ପ୍ରଶ୍ନପତ୍ର ସହ ମେଳ ଖାଉଛି ବୋଲି ସ୍ବୀକାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ପ୍ରଶ୍ନପତ୍ର ସେଟ କରିଥିବା କର୍ମଚାରୀ ହିଁ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଯୁକ୍ତ ତିନି ଶେଷ ବର୍ଷର ଦ୍ଵିତୀୟ ସେମିଷ୍ଟର ଏଜୁକେସନ ଅନର୍ସ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହୋଇଥିବା ଜଣାପଡିଛି । ଆଜି କଲେଜ ଗୁଡିକରେ ହେବାକୁ ଥିବା ଏହି ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ଲିକ ହୋଇଥିବା ପ୍ରମାଣିତ ହେବା ପରେ ଆଜିର ପରୀକ୍ଷାକୁ କର୍ତ୍ତୃପକ୍ଷ ବାତିଲ କରିଥିବା ସୂଚନା ଦେଇଛନ୍ତି । ତେବେ ପ୍ରଶ୍ନପତ୍ର ଛପା ହେବା ପୂର୍ବରୁ ଏହା ଲିକ ହୋଇଥିବା କହିଛନ୍ତି କର୍ତ୍ତୃପକ୍ଷ । ଏହି ଘଟଣା ନେଇ ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳପତି ଏକ ତଦନ୍ତ କମିଟି ଗଠନ କରାଯାଇଛି । ଆବଶ୍ୟକ ପଡ଼ିଲେ ଏନେଇ ଥାନାରେ ଏତଲା ମଧ୍ୟ ଦିଆଯିବ ବୋଲି ସେ ସୂଚନା ଦିଆଯାଇଛି ।

ପରୀକ୍ଷା ପ୍ରଶ୍ନ ପତ୍ର ତିଆରି କରିଥିବା ଅଧ୍ୟାପକ ବିରୁଦ୍ଧରେ ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏପରି ହେବା ଦ୍ବାରା ୨୦୫ଟି କଲେଜର ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ଆଗକୁ ଠିକ ସମୟରେ ପୁଣି ପରୀକ୍ଷା କରାଯିବ ଓ ଫଳାଫଳ ବାହାରିବ ପିଲାଙ୍କର କୌଣସି ଅସୁବିଧା ହେବନାହିଁ ବୋଲି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.