ବେଆଇନ ଗୋ-ଚାଲାଣ ବିରୋଧରେ ବଜରଙ୍ଗ ଦଳ ପକ୍ଷରୁ ଦାବୀପତ୍ର

ବ୍ରହ୍ମପୁର : ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠରେ ବେଆଇନ ଗୋ-ଚାଲାଣ, ଗୋ- ସଂପଦ ଚୋରି ଏବଂ ବୁଲା ପଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଏକ ଦାବୀପତ୍ର ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କ ପ୍ରଦାନ କରାଯାଇଛି ।
ଗତ କିଛି ଦିନ ଧରି ବ୍ରହ୍ମପୁର ମହାନଗର ନିଗମ ଏବଂ ଏହାର ଉପକଣ୍ଠରେ କିଛି ଅସାମାଜିକ ଗୋଷ୍ଠୀ ଗୋଈ, ଗୋରୁ ଚୋରି କରିବାରେ ଲିପ୍ତ ରହିଛନ୍ତି।ଏନେଇ ମାମଲା ଥାନାରେ ପହଞ୍ଚିଲେ ମଧ୍ୟ ପୋଲିସ ଏହାକୁ ଗ୍ରହଣ କରୁନାହିଁ କି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉନାହିଁ। ଯାହା ଫଳରେ ଗୋରୁଗାଈ ଚୋରି ବୃଦ୍ଧି ପାଇଛି । ଗୋରୁ, ଗାଇ ଓ ବୁଲା କୁକୁରଙ୍କ ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । କିଛି ଅସାମାଜିକ ବ୍ୟକ୍ତି ପଶୁ ମାନଙ୍କ ଉପରେ ଅମାନୁସିକ ଭାବେ ଅତ୍ୟାଚାର କରୁଛନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଗୋ- ତସକରଙ୍କୁ ତୁରନ୍ତ ଗିରଫ କରିବା, ସହରରେ ଦୁର୍ଘଟଣାକୁ ରୋକିବା ପାଇଁ ବୁଲା ଗାଈ, ଗୋରୁଙ୍କୁ ଜବତ କରାଯାଇ ଗୋ-ଶାଳାରେ ସେମାନଙ୍କ ରକ୍ଷଣାବେକ୍ଷଣା କରିବା ଏବଂ ବୁଲା କୁକୁର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବନ୍ଧ୍ୟାକରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଆଦି ଦାବୀରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଜୀବ ସୁରକ୍ଷା ସମିତିର କାର୍ଯ୍ୟକର୍ତା ମାନେ ବ୍ରହ୍ମପୁର ଏସ ପିଙ୍କ ଦ୍ୱାରସ୍ତ ହେବା ସହ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ରମାକାନ୍ତ ରଥ, ଗୌତମ ମହାରଣା, ରୋନାଲି ପାଣିଗ୍ରାହୀ, ରାଜେସ୍ କୁମାର ପାତ୍ର, ବଳରାମ ମହାନ୍ତି, ଅର୍ଜୁନ୍ କୁମାର ଜେନା, ବିଷ୍ଣୁପ୍ରିୟା ପାତ୍ରଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.