ବରିଷ୍ଠ କଳାକାର ସଂଘର “ଗ୍ରାମକୁ ଚାଲ” କାର୍ଯ୍ୟକ୍ରମ

ବ୍ରହ୍ମପୁର (୧୧/୦୭) : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ଗ୍ରାମାଞ୍ଚଳ କଳାକାରମାନଙ୍କ ସହ ସାମିଲ ହେବା ନେଇ ସଂପ୍ରତି “ଗ୍ରାମକୁ ଚାଲ” କାର୍ଯ୍ୟକ୍ରମର ଅୟମାରମ୍ଭ କରିଛି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରତାପଗିରି ଗ୍ରାମସ୍ଥ ବଡ଼ ଦାଣ୍ଡ ଠାରେ ସଂଘ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଏକ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷାବିତ୍ ଭିକାରୀ ଚରଣ ପଟ୍ଟନାୟକ, ସୁମନାଧନ୍ୟ ରାମଲୀଳା ନିର୍ଦ୍ଦେଶକ ଗୁରୁ ଶ୍ୟାମ ସୁନ୍ଦର ପାଣିଗ୍ରାହୀ, ଗ୍ରାମୀଣ କଣ୍ଠଶିଳ୍ପୀ ପ୍ରଦୀପ କୁମାର ସାହୁ, ସୁନାମଧନ୍ୟ ମୃଦଙ୍ଗ ବାୟକ କୁନୁ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଘ ଶକ୍ତିକୁ ମଜଭୁତ କରିବାରେ କଳାକାର ସମାଜର ମଙ୍ଗଳ ସଙ୍ଗୋପିତ ବୋଲି ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ସଂଘ ସଦା ସର୍ବଦା କଳାକାରମାନଙ୍କ ସହିତ ରହି ଉଭୟ କଳା ଓ କଳାକାରଙ୍କ ହୀତ ସାଧିତ କରିଥାଏ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ଗ୍ରାମସ୍ଥ ରାମଲୀଳା, ଦଣ୍ଡ ସୁଆଙ୍ଗ, ସଙ୍କୀର୍ତ୍ତନ, ଚାଂଗୁବାଦ୍ୟ ପରିବେଷଣ କରାଯାଇଥିଲା । ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ଅତ୍ୟନ୍ତ ତତ୍ପରତା ପ୍ରଦର୍ଶନ କରିଥିଲେ । ପରିଶେଷରେ ବରିଷ୍ଠ ମଞ୍ଚ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.