ଅଲ୍ ଇଣ୍ଡିଆ ଡ଼ିଏସ୍‌ଓର ୧୧ତମ ଓଡ଼ିଶା ଛାତ୍ର ସମ୍ମିଳନୀ

ଭୁବନେଶ୍ବର : ଆସନ୍ତା ସେପ୍ଟମ୍ବର ୧୦ ଓ ୧୧ ତାରିଖରେ ଅଲ୍ ଇଣ୍ଡିଆ ଡ଼ିଏସ୍‌ଓର ୧୧ତମ ଓଡ଼ିଶା ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ପ୍ରକାଶ ମହଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ନୂତନ ଜାତୀୟ ଶିକ୍ଷାନିତି ଫଳରେ ବିଦ୍ୟାର୍ଥୀ ଙ୍କ ଭବିଷ୍ୟତ ଉପରରେ ପ୍ରଭାବ ପଡିବ। ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯିବ ବୋଲି ରାଜ୍ୟ ସଭାପତି କହିଛନ୍ତି।ଜାତୀୟ ଶିକ୍ଷାନୀତି ୨୦୨୦ କୁ ପ୍ରତ୍ୟାହାର କରିବା, ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ବିଦ୍ୟାଳୟକୁ ଖୋଲିବା, ଖାଲି ପଡ଼ିଥିବା ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କ ପଦବୀ ସ୍ଥାୟୀ ଭିତିକରେ ପୂରଣ କରିବା, ଆଦି ଦାବୀ ଉପରେ ସେପ୍ଟମ୍ବର ୧୦ ଓ ୧୧ ତାରିଖରେ ହେବାକୁ ଥିବା ରାଜ୍ୟ ଛାତ୍ର ସମ୍ମିଳନୀରେ ବିଷେଧ ଭାବେ ଆଲୋଚନା ହେବ । ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣକୁ ପସ୍ରୟ ଦେବା ପାଇଁ କେନ୍ଦ୍ର ସରକାର ନୂତନ ଶିକ୍ଷାନୀତି ପ୍ରଣୟନ କରିଛନ୍ତି । ତାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରିବ । ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଲାଗୁ କରି ଶିକ୍ଷାର ମୌଳିକତା ଉପରେ ଆକ୍ରମଣ କରିବା, ନବମ ଶ୍ରେଣୀରୁ ସେମିଷ୍ଟାର ବ୍ୟବସ୍ଥା କରିବା, ଏମ୍‌ଫିଲ୍ ଉଠାଇ ଦେବା, ୪ ବର୍ଷିୟା ସ୍ନାତକତୋ ଡ଼ିଗ୍ରି ଉପରେ ପିଏଚ୍‌ଡ଼ି କୋର୍ସ ପ୍ରତିଷ୍ଠା କରିବା, ରାଷ୍ଟ୍ରିୟ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା ଦ୍ୱାରା ଦେଶର ରିସର୍ଚ୍ଚ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱସଂ ହେବ ତେଣୁ ତୁରନ୍ତ କେନ୍ଦ୍ର ସରକାର ଏହି ଶିକ୍ଷା ନୀତିକୁ ବାତିଲ କରିବା ଉପରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ । ଯଦି ଏହା ବାତଲ ନହୁଏ ଆଗାମୀ ଦିନରେ ସାରା ଦେଶରେ ଛାତ୍ର ମାନେ ସଂଗଠିତ ହୋଇ ଦୁର୍ବାର ଛାତ୍ର ଆନ୍ଦୋଳନ ଗଢ଼ି ତୋଳିବେ ବୋଲି ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ସାରା ରାଜ୍ୟରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଛାତ୍ର ନେତା ଯୋଗ ଦେବେ। ଏଥିପାଇଁ ଜିଲ୍ଲାର ସମସ୍ତ ଅଞ୍ଚଳରେ ପଥପ୍ରାନ୍ତ ସଭା ମାଧ୍ୟମରେ ଶିକ୍ଷାନୀତି ଉପରେ ଜନସଚେତନତା ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ରହିଥିବା ଉପସଭାପତି ସୋମନାଥ ବେହେରା କହିଛନ୍ତି।ଏହି ଅବସରରେ ସଂପାଦକ ସୁବାସ ନାୟକ, ଉପସଭାପତି ସୋମନାଥ ବେହେରା, ସିଦ୍ଧାର୍ଥ ରଥ, ନିମାଇଁ ଚରଣ ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.