ନନ୍ଦ କିଶୋର ସାହୁଙ୍କ ଦ୍ୱାଦଶାହ ଅବସରରେ “ସ୍ମୃତି ତର୍ପଣ” ସଭା

ବ୍ରହ୍ମପୁର : ଭାରତୀୟ ଜନ ସଂଘ ଓ ବିଜେପି ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁଙ୍କ ଆଜି ଦ୍ୱାଦଶାହ ଅବସରରେ “ସ୍ମୃତି ତର୍ପଣ” ସଭା ସ୍ଥାନୀୟ ଗୀତା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସତୀଶ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହେଇଥିବା ଏହି “ସ୍ମୃତି ତର୍ପଣ” ସଭାରେ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି,ପୂର୍ବତନ ମନ୍ତ୍ରୀ ମନମହୋନ ସାମଲ,ଅନ୍ୟତମ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ,ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ପୂର୍ବତନ ଜିଲ୍ଲା ସଭାପତି ଶିଶିର ପାଢ଼ୀ,ରମେଶ ତ୍ରିପାଠୀ, ଡା.ସୁବାଷ ସାହୁ,କାମନା ପାଢ଼ୀ,ବରିଷ୍ଠ ନେତା ଉତ୍ତମ ପାଣିଗ୍ରାହୀ,ବିଜୟ କୁମାର ସ୍ୱାଇଁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍.ରାଜେନ୍ଦ୍ର କୁମାର,ଗଙ୍ଗାଧର ଶତପଥି,ମନୋଜ ପଟନାୟକ,ରାମ କୁମାର ପାତ୍ର,ନୀରଞ୍ଜନ ପାଣିଗ୍ରାହୀ, ସୁନିଲ କୁମାର ସାହୁ,ପ୍ରବୀର ପାତ୍ର, କର୍ପୋରେଟର ପ୍ରଦୀପ ଶତପଥି, ଡ଼ି.କରୁଣାକର,ନୀଳକଣ୍ଠ ସାହୁ, ବାଳକୃଷ୍ଣ ସାମନ୍ତରା, ଡ଼.ଅମୁଲ୍ୟ ଚୌଧୁରୀ,ମଦନ ମହୋନ ପାତ୍ର, ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ନିବେଦିତା ପାଢ଼ୀ,ଶିବ ଶଙ୍କର ନାୟକ,ଅରବିନ୍ଦ ମଣ୍ଡଳ,ଗୋପିନାଥ ପଣ୍ଡା,ସୁମନ ଶତପଥି,ପ୍ରଦୀପ ମିଶ୍ର, ରବିନ୍ଦ୍ର ସାହୁ,ବିଷ୍ଣୁ ସୁବୁଦ୍ଧି,କେ.ଟୁଙ୍ଗୁରୁ ପାତ୍ର, ଜି.ରାଜେନ୍ଦ୍ର ପ୍ରସାଦ,ନାରାୟଣ ପଣ୍ଡା, ରମାକାନ୍ତ ରଥ,ଭଗବାନ ତ୍ରିପାଠୀ, ସୂର୍ଯ୍ୟ ନାହାକ,ବିନୋଦ ସିଂ,ଗଜେନ୍ଦ୍ର ସାହୁ, ପ୍ରମୋଦ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯକର୍ତ୍ତା,ସଂଘ କାର୍ଯକର୍ତ୍ତା ଏବଂ ବିଭିନ୍ନ ସଂଗଠନର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ନନ୍ଦ କିଶୋର ସାହୁଙ୍କ ଫୋଟରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଲୋକପାତ କରିବା ସହ ସ୍ମୃତି ଚାରଣ କରିଥିଲେ ।

ସ୍ୱର୍ଗତ ସାହୁ ଜଣେ ମିଷ୍ଠଭାସୀ, ପରୋପକାରୀ,ସରଳ,ନମ୍ର,ଏବଂ ଶାନ୍ତ ସ୍ୱଭାବର ବ୍ୟକ୍ତିତ୍ୱ ଥିଲେ । ସେ ସଂଘ ପରିବାରରୁ ଆସି ଜନସଂଘରେ ଯୋଗ ଦେଇଥିଲେ । ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହେବା ପରେ ସ୍ୱର୍ଗତ ସାହୁ ଗଞ୍ଜାମ ଜିଲ୍ଲା ବିଜେପିର ପ୍ରଥମ ସଭାପତି ହେଇଥିଲେ । ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନକୁ ମଜବୁତ୍ କରିବାରେ ତାଙ୍କର ଆଜୀବନ ଭୂମିକା ଅତୁଳନୀୟ । ସେ ଜଣେ ଶୢଙ୍ଖଳିତ ରାଜନେତା ଭାବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ପରିଚିତ । ସ୍ୱର୍ଗତ ସାହୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ବେଳେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ ସ୍ୱର୍ଗତ ନନ୍ଦ କିଶୋର ସାହୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଦଳୀୟ ସଂଗଠନ ଉପରେ ଆଲୋଚନା କରିଥିଲେ I ରାଜ୍ୟ ନେତୃବୢନ୍ଦ ଦଳ ଜଣେ ଦକ୍ଷ ଓ ଅନୁଭବୀ ନେତାଙ୍କୁ ହରାଇଲା ବୋଲି ଜଣେଇବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ତାଙ୍କର ଏକ ମାତ୍ର ପୁଅ ବୋହୁ,ତିନି ଝିଅ ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ପରିବାର ଏବଂ ବିଭିନ୍ନ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.