ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର:  ଦ୍ରୌପଦୀ ମୁର୍ମୁଙ୍କୁ ଶୁଦ୍ଧ ଶାକାହାରୀ ମଧ୍ୟାହ୍ନ ଭୋଜନରେ ଆପାୟିତ କଲେ ମୁଖ୍ୟମନ୍ତ୍ରୀ । ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଜାପିତା ବ୍ରହ୍ମକୁମାରୀ ଦିକ୍ଷିତା ହୋଇଥିବାରୁ ଦ୍ରୌପଦୀଙ୍କ ପାଇଁ ଶାକାହାରୀ ଭୋଜନର ଆୟୋଜନ କରାଯାଇଥିଲା ।

ବିଜେଡି ସାଂସଦ ପିନାକି ମିଶ୍ର, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମିଶି ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ।

ନବୀନ ନିବାସରେ ଗୋଟିଏ ଟେବୁଲରେ ବସିଥିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ସାଂସଦ ପିନାକୀ ମିଶ୍ର । ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିବା ପରେ ସମର୍ଥନ ଲାଗି ଓଡିଶା ଆସିଥିବା ଦୌପ୍ରଦୀ ମୁର୍ମୁ ନବୀନ ନିବାସରେ କରିଛନ୍ତି ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନ ପାଇଁ ଦ୍ରୌପଦୀଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ନବୀନଙ୍କ କଥା ରଖି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଶାକାହାରୀ । ସେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ନିକଟରେ ନିଜକୁ ସମର୍ପି ଦେଇଛନ୍ତି । ତେଣୁ ନବୀନ ନିବାସରେ ଦୌପଦୀଙ୍କ ପାଇଁ ଶୁଦ୍ଧ ଶାକାହାରୀ ଭୋଜନ ପ୍ରସ୍ତୁତ କରାଯାଇଥିଲା । ଗୋଟିଏ ଡାଇନିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ବସି ଦ୍ରୌପଦୀ ମୁର୍ମୁ ଶାକାହାରୀ ଭୋଜନ କରିଥିଲେ ।

ଦ୍ରୌପଦୀଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଥିଲା ଭାତ, ଡାଲମା, ଶାଗଭଜା, ପାମ୍ପଡ , ତରକାରୀ , ସାଲଡ, ଦହି ଓ ବାଇଗଣ ଭଜା । ଦ୍ରୌପଦୀଙ୍କ ଠିକ ବାମ କଡରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଦ୍ରୌପଦୀଙ୍କ ଆଗରେ ବସି ଭୋଜନ କରିଥିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ସାଂସଦ ପିନାକୀ ମିଶ୍ର ।

nis-ad
Leave A Reply

Your email address will not be published.