ମରଣ ଯନ୍ତା ପାଲଟିଛି ଭୀମାଗୁଡ଼ି ଠାରୁ କୋଲସିଗୁଡ଼ି ରାସ୍ତା : ପ୍ରଶାସନର ଦୃଷ୍ଟି ପଡିବ କେବେ…?


ଉମରକୋଟ : , ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକ ଏକ ଉପାନ୍ତ ଅଞ୍ଚଳ ଓ ଛତିଶଗଡ଼ ସୀମାନ୍ତ ହେଉ ଥିବାରୁ ଏଠାରେ ସବୁ ସରକାରୀ କାମ ଧର୍ମକୁ ଆଖିଠାର ନୀତିରେ ମନ ମୁଖି ହେବା ଦେଖିବାକୁ ମିଳେ, ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଦୁର୍ନୀତି ର ଗନ୍ତାଘର କହିଲେ କିଛି ବି ଭୁଲ ହେବ ନାହିଁ ସରକାରୀ ଯୋଜନା ର କୋଟି କୋଟି ଟଙ୍କା ହଡପ କୁ ନେଇ ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେଲେ ସୁଦ୍ଧା ଫରକ କିଛି ପଡ଼େନି ଏଠାକାର ସରକାରୀ ବାବୁ ମାନଙ୍କୁ l ଦୁର୍ନୀତି ର ଚେର ଏତେ ମାତ୍ରାରେ ବଢି ଯାଇଛି ଯେ ଏହି ବ୍ଲକ ରେ କାମ କରୁଥିବା କିରାଣୀ ଟିଏ ବି କୋଟିପତି l ଯେଉଁଠି ହାତ ମାରିବ ସେହିଠି ଦୁର୍ନୀତି ର ଛିଟା ଦେଖିବାକୁ ମିଳେ, ସୂଚନା ଥାଉକି ରାଇଘର ବାଜ଼ାର ଭୀମାଗୁଡ଼ି ଠାରୁ

କୋଳସୀଗୁଡ଼ି ପନକା ସାହିର ରାସ୍ତା କଥା ନକହିବା ଭଲ ଖାଲ ଢ଼େପରେ ପରିପୂର୍ଣ ରାସ୍ତା ଏହି ରାସ୍ତାର ଅବସ୍ଥା ଯଦି ଏହି ପରି ହୁଏ ତେବେ ଆପଣ ମାନେ ଆନ୍ଦାଜ଼ା ଲଗାନ୍ତୁ ସୀମାନ୍ତବର୍ତ୍ତୀ ଲୋକଙ୍କ ଅବସ୍ଥା କଣ ହେଇ ପାରେ ଏହି ଅଞ୍ଚଳ ର ବାସିନ୍ଦା ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏହି ରାସ୍ତା ଦେଇ ସ୍କୁଲ ର ଛୋଟ ଛୋଟ ଝିଅ ପୁଅ ମାନେ କାଦୁଅ ମାଟି ହୋଇ ସବୁ ଦିନ ବିପଦ ସଂକୁଳ ଅବସ୍ଥାରେ ସ୍କୁଲକୁ ଯାଉଥିବା ଦେଖିବାକୁ ମିଳେ , ଅଞ୍ଚଳ ବାସିନ୍ଦାକୁ ଏହି ରାସ୍ତାରେ ଯିବା ଆସିବା ମଧ୍ୟ୍ୟ କଷ୍ଟକର ହୋଇ ପଡ଼ିଛି, ଏହି ବର୍ଷ ସରପଞ୍ଚ ଓ ଜ଼ିଲ୍ଲା ପରିଷଦ ଭୋଟ ସମୟରେ ବି, ଜେ, ଡି, ପାର୍ଟିର ସମର୍ଥକ ମାନେ କହିଥିଲେ ଆମ ପାର୍ଟିର ବ୍ଲକ ପ୍ରେସିଡେଣ୍ଟ ହେଲେ ଆମେ ତୁରନ୍ତ ଆପଣମାନଙ୍କ ରାସ୍ତା କାମ ଆଗେ କରିଦେବୁ ଯାହାକି ସେମାନଙ୍କ ପ୍ରତିଶୃତି ଖାଲି ଲୋକ ଦେଖାଣିଆ ହେଲା ବୋଲି ଅଞ୍ଚଳ ର ପନକା ସାହି ବାସିନ୍ଦା ମାନେ ଦୁଃଖ ପ୍ରକାଶ କରିଛନ୍ତି, ଏହାକୁ ନେଇ ଅନେକ ଅଭିଯୋଗ କଲେ ମଧ୍ୟ ଶୁଣୁଛି କିଏ ? ପ୍ରଶାସନ ଏହି ରାସ୍ତା ପାଇଁ ତୁରନ୍ତ ଦୃଷ୍ଟି ଦେଇ ରାସ୍ତାଟିକୁ ମରାମତି କଲେ ଅଞ୍ଚଳ ବାସିନ୍ଦା ଉପକୃତ ହୋଇ ପାରନ୍ତେ ବୋଲି ଦାବୀ କରିଛନ୍ତି l ଯଦି ପ୍ରଶାସନ ଏହାକୁ ଗଭୀରତା ସହିତ ଦୃଷ୍ଟି ନଦିୟନ୍ତୀ ତେବେ ଆଗାମୀ ଦିନେ ଅଞ୍ଚଳ ବାସୀ ରାଜରାସ୍ତା କୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି..

nis-ad
Leave A Reply

Your email address will not be published.