କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ହିଂଜିଳି ଗସ୍ତ : ଡ଼ାକବଙ୍ଗଳାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ…


ହିଂଜିଳିକାଟୁ : କେନ୍ଦ୍ର ରେଲ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶଙ୍କ ଆସିକା ସଂସଦୀୟ କ୍ଷେତ୍ରକୁ ଗସ୍ତ ଓ ବୁଧବାର ସଂଧ୍ୟାରେ ହିଂଜିଳିକାଟୁ ଗସ୍ତ ବେଳେ ଜାଣିଶୁଣି ପ୍ରଶାସନିକ ସ୍ତରରେ ଅସହଯୋଗ କରାଯିବା ନେଇ ଭାଜପା ନେତା ଗୁରୁତର ଅଭିଯୋଗ କରିଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସମୟରେ ମନ୍ତ୍ରୀଙ୍କ ରାତ୍ର ରହଣୀ ହିଂଜିଳିକାଟୁ ପୂର୍ତ ବିଭାଗ ଡ଼ାକବଙ୍ଗଳାରେ ସ୍ଥିର ହୋଇଥିଲା । ତେବେ ଉକ୍ତ ଡ଼ାକ ବଙ୍ଗଳାରେ ବିଦ୍ୟୁତ ବାରମ୍ବାର ବିଚ୍ଛିନ୍ନ ହେବା, ଏସି ମେସିନ ଗୁଡ଼ିକୁ ବାହାର କରାଯାଇଥିବା, ଶୌଚାଳୟ ଅପରିଷ୍କାର ଇତ୍ୟାଦି ପ୍ରଶାସନିକ ସ୍ତରରେ ଜାଣିଶୁଣି ମନ୍ତ୍ରୀଙ୍କ ଗସ୍ତକୁ ଅସହଯୋଗ କରାଯାଇଥିଲା ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଏପରି ଜାଣିଶୁଣି ପ୍ରଶାସନିକ ସ୍ତରରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅପମାନିତ କରିବା ପାଇଁ ଉଦ୍ୟମ କରିଥିବା ହିଂଜିଳି ଭାଜପା ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ମନ୍ତ୍ରୀଙ୍କ ଏହି ଗସ୍ତକୁ ବେଳେ ହିଂଜିଳି ଭାଜପାର ୨ଗୋଷ୍ଠୀ ମଧ୍ୟରେ ପରସ୍ପର ଆକ୍ଷେପ ଓ ଡ଼ାଉନ ଡ଼ାଉନ , ଗୋ ବ୍ୟାକ ଭଳି ପାଟିତୁଣ୍ଡ ଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ହିଂଜିଳି ଭାଜପାର ବରିଷ୍ଠ ନେତା ଶିଶିର ମିଶ୍ରଙ୍କୁ ବାହାର ବ୍ୟକ୍ତି କହି କିଛି କର୍ମୀ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ହୌିଂଜିଳ ଭାଜପାର ଏହି ଗୋଷ୍ଠୀ ବିବାଦ ଉଗ୍ର ରୁପ ଧାରଣ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ କିଛି ନେତା ଭିଡ଼ିଓ ଓ ଅଡ଼ିଓ ଜାରୀ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୨ଭାଜପା ଗୋଷ୍ଠୀ ମଧ୍ୟରେ ଏହି ତୀବ୍ର ବିବାଦ ପରେ ହିଂଜିଳି ଭାଜପାରେ ବିବାଦ ଉଗ୍ର ରୂପ ନେଉଥିବା ଆଲୋଚନା ହେଉଛି ।
ଆସିକାରୁ ବୁଧବାର ସଂଧ୍ୟାରେ ରେଲ ମନ୍ତ୍ରୀ ଜରଦୋଶ ହିଂଜିଳି ବିଧାନସଭା କ୍ଷେତ୍ରରେ ପ୍ରବେଶ ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ହିଂଜିଳିକାଟୁ କଲେଜ ରୋଡ଼ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରରେ ମନ୍ତ୍ରୀ ପହଂଚି ମହିଳାଙ୍କ ନିମନ୍ତେ କମ ଦାମରେ ସାନିଟାରୀ ନାପକିନ ପ୍ରଦାନ ନେଇ ଲାଭାର୍ଥୀଙ୍କ ସହ ଆଲୋଚନା କରିଥିଲେ । ଫସଲ ବୀମା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ କେନ୍ଦ୍ର ସରକାରଙ୍କ ଯୋଜନା ଯୋଜନା ଗୁଡ଼ିକୁ ରାଜ୍ୟ ସରକାର କାର୍ଯ୍ୟକାରୀ ବେଳେ ନିଜସ୍ୱ ଯୋଜନା ବୋଲି ପ୍ରଚାର କରୁଥିବା ନେଇ ଭାଜପା କର୍ମୀ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି । ମନ୍ତ୍ରୀଙ୍କ ଗସ୍ତ ବେଳେ ରାଜ୍ୟ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ଭାଜପା ଘୁମୁସର ଜିଲା ସଭାପତି ଗୋକୁଳାନନ୍ଦ ମଲିକ, ରାଜ୍ୟ କାର୍ଯ୍ୟକାରିଣୀ ଶିଶିର ମିଶ୍ର, ନଗର ମଣ୍ଡଳ ସଭାପତି ସନ୍ତୋଷ ପାଣିଗ୍ରାହି, ମାଧବ ଗୌଡ଼ ପ୍ରମୁଖଙ୍କ ସହ ବହୁ କର୍ମୀ ନେତା ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.