ପ୍ରଶାସନ ର ଆଢୁଆଳ ରେ ଲୋଚାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ପିଲାଙ୍କ ଜୀବନ ପ୍ରତି ରହିଛି ବିପଦ..!

ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ପଂଚାୟତର ଏକ ମାତ୍ର ସ୍କୁଲ ଯାହାକି ବଡ ସ୍କୁଲ ନାମରେ ପରିଚିତ ଏହି ସ୍କୁଲ କେବଳ ନାମରେ ହିଁ ବଡ଼ , ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ଯାହାକି ମୋଟ ଛାତ୍ର ଛାତ୍ରୀ ଚାରୀ ଶହ ପଚାଶ ରୁ ଅଧିକ ଛାତ୍ର ଛାତ୍ରୀ ଏଠାରେ ପାଠ ପଡ଼ିଥାନ୍ତି କିନ୍ତୁ ପରିବେଶ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ଏହି ସ୍କୁଲ l ଏହି ସ୍କୁଲରେ ପିଲାମାନେ ପିଇବା ପାଇଁ ପାଣି ଟୋପାଏ ବି ପାଇଁ ପାରୁନାହାନ୍ତି ଯାହାକି ବିଭନ୍ନ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ସ୍କୁଲରେ ପିଲାମାନଙ୍କ ପାଇଁ ଗୋଟିଏ ଆକ୍ଯୁଆ ଗାଡ ଲାଗିଛି କିନ୍ତୁ ତାହାବି କିଛି କାମକରୁନାହିଁ ମଧ୍ୟାହ୍ନ
ଭୋଜନ ରୋଷେଇ କରିବାକୁ ଗ୍ୟାସ ନାହିଁ ଯାହା ଫଳରେ ଚୁଲିରେ କାଠରେ ରୋଷେଇ କରିବାକୁ ପଡୁଛି ସୂଚନା ଥାଉକି ସ୍କୁଲର ଶିକ୍ଷକ ମାନେ ପିଲାମାନଙ୍କ ପାଇଁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଗୋଟେ ଆକ୍ଯୁଗାଡ଼ ଲଗାଇଛନ୍ତି ସେଥିରେ ଯାହା ପାଣି ଆସୁଛି ତାହା ସମସ୍ତଙ୍କୁ ନିଅଣ୍ଟ ହେଉଛି ସବୁଠାରୁ ବିଡମ୍ବନାର ବିଷୟ ସ୍କୁଲର ମୁଖ୍ୟ ଦ୍ଵାରରେ ଯେଉଁ ନାମ ଫଳକ ବା ଗେଟ ସେଇଟା ପୁରା ଭାଙ୍ଗି ଯାଇଛି କେତେବେଳେ କୋଉ ପିଲାଙ୍କ ଉପରେ ପଡ଼ିଯିବ କେହି କହିପାରିବେନି ଏବଂ ଉପର କ୍ଲାସକୁ ଯିବାକୁ ଯେଉଁ ପାହାଚ ହୋଇଛି ତାହାର ସେଭ ୱାଲ ଭାଙ୍ଗି ଯାଇଛି ଛାତ୍ର ଛାତ୍ରୀ ଯିବାକୁ ଭୟ କରୁଛନ୍ତି
ସ୍କୁଲର ଶିକ୍ଷକ ମାନେ କହିବା ଅନୁଯାଇ ଏହି ସ୍କୁଲରେ ମୁଖ୍ୟ ଅସୁବିଧା ହେଲା ପାଣି ବନ୍ଦ ହୋଇଥିବା ଆକ୍ଯୁଗାଡ଼ ତୁରନ୍ତ ମରାମତି କରିବା ସହିତ ଗୋଟେ ନଳକୂପ


ସ୍ଥାପନ କରାଯାଉ ଓ ମଧ୍ୟାହ୍ନ ଭୋଜନ ପାଇଁ ଗ୍ୟାସ ଦିଆଯାଉ ଓ ମୁଖ୍ୟ ଗେଟ ଭଙ୍ଗାଯାଇ ନୂତନ ଭାବେ ଗେଟ ର କାର୍ଯ୍ୟ କରାଯାଉ ବୋଲି ଶିକ୍ଷକ ଓ ଅଭିଭାବୁକ ମାନେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି କାରଣ ସ୍କୁଲର ଛାତ୍ର ଛାତ୍ରୀ ଙ୍କ ଉପରେ ବିପଦ ରହିଛି l ଏହି ସମସ୍ୟା କୁ ନେଇ ମଧ୍ୟ ସ୍ଥାନୀୟ ସରପଞ୍ଚକୁ ଅବଗତ କରାଯାଇଛି ସରପଞ୍ଚ ପ୍ରତିଶୃତି ଦେଇଛନ୍ତି ଅତି ଶ୍ରୀଘ୍ର ସବୁ ଅସୁବିଧା ଦୂର କରାଯିବ ଏଠାରେ ସୂଚନା ଥାଉ କି ସରକାର ସ୍କୁଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି ସ୍କୁଲ ପାଇଁ ଏହା ସାତ ସପନ ଭଳି ଲାଗୁଛି, ସରକାର କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ଜୀବନ ସହିତ ଖେଳ ନ ଖେଳି ତୁରନ୍ତ ଏହି ସ୍କୁଲର ସମସ୍ୟାର ସମାଧାନ କରିବେ ବୋଲି ସ୍ଥାନୀୟ ବୁଦ୍ଧଜିବି ମାନେ ଆଶା ପ୍ରକାଶ କରିଛନ୍ତି

nis-ad
Leave A Reply

Your email address will not be published.