ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସବଲ୍ ଟୁର୍ଣ୍ଣାମେଂଟରେ ଭାଗ ନେବାକୁ ରାଜସ୍ଥାନ ଅଭିମୁଖେ ସୋଆର ଖେଳାଳୀ ଟିମ୍‌

ଭୁବନେଶ୍ୱର: ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସ୍ ବଲ୍ ଟୁର୍ଣ୍ଣାମେଂଟରେ ଭାଗ ନେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୪ ଜଣିଆ ଟିମ୍ ସୋମବାର ରାଜସ୍ଥାନ ଅଭିମୁଖେ ଗସ୍ତ କରିଛନ୍ତି । ରାଜସ୍ଥାନର ପାଚେରୀ ବାରିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଆସନ୍ତା ଗୁରୁବାର ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ ।

ଟିମ୍‌ରେ ୧୨ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଖେଳାଳି ଥିବା ବେଳେ ସେମାନଙ୍କ ସହିତ କୋଚ୍ ଶ୍ରୀମତି ସୁନୀତା ବର୍ମା ଏବଂ ମ୍ୟାନେଜର ଶ୍ରୀ ବରେଶ ମିଶ୍ର ରାଜସ୍ଥାନ ଯାଇଛନ୍ତି । ରାଜସ୍ଥାନର ଝୁନ୍‌ଝୁନ୍ ଜିଲ୍ଲାର ପାଚେରୀ ବାରି ସ୍ଥିତ ସିଂଘାଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଛି ।

nis-ad
Leave A Reply

Your email address will not be published.