ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଦେଶରେ ଶୀର୍ଷ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର: ପୁଣି ଓଡିଶାକୁ ଆଉ ଏକ ସଫଳତା । ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏନଏଫଏସଏର ଏହି ରାଙ୍କିଂରେ ଓଡ଼ିଶା ପୁଣି ପ୍ରଥମ ସ୍ଥାନ ଅଧିକାର କରିଛି । ଓଡିଶାର ଇଣ୍ଡେକ୍ସ ସ୍କୋର ୦.୮୩୬ ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ।

ସାରା ଦେଶରେ ଓଡ଼ିଶା ପ୍ରଦର୍ଶନ ସବୁଠୁ ଭଲ । ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ଏବଂ ସର୍ବସାଧାରଣ ବିତରଣ ମନ୍ତ୍ରୀ ପିୟୁଷ ଗୋଏଲ ଏନେଇ ଆଜି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି, ଖାଦ୍ୟ ଏବଂ ପୋଷଣ ସୁରକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କନଫରେନ୍ସକୁ ସମ୍ବୋଧିତ କଲି ଏବଂ ପ୍ରଥମ ଥର ଏନଏଫଏସଏ ଆଧାରିତ ଷ୍ଟେଟ ରାଙ୍କିଂ ଜାରି କରିଛି, ଯେଉଁଥିରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ସେହିପରି ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି।

ଓଡିଶାର ଏହି ସଫଳତା ପାଇଁ ସବୁଆଡୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦୁଇ ଦଶନ୍ଧି ତଳେ ଓଡିଶା ଗରିବ ରାଜ୍ୟ ତାଲିକାରେ ଶୀର୍ଷରେ ରହୁଥିଲା । ହେଲେ ଆଜିର ସଫଳତା ସମସ୍ତ ଓଡିଆ ବାସୀଙ୍କ ପାଇଁ ଗର୍ବର ବିଷୟ। ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅଗ୍ରଗତି କରି ଶୀର୍ଷରେ ପହଞ୍ଚିବାର ଯାତ୍ରାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

nis-ad
Leave A Reply

Your email address will not be published.