ସମ୍ବଲପୁର ସମଲେଶ୍ବରୀ ମନ୍ଦିରରେ ଭିଡିଓଗ୍ରାଫି ମନା

ସମ୍ବଲପୁର  : ସମ୍ବଲପୁର ସମଲେଇ ମନ୍ଦିରରେ ଭିଡିଓଗ୍ରାଫି ମନା । ମନ୍ଦିରରେ ରିଲ୍ସ, ପ୍ରି ଓ୍ବେଡିଂ ତଥା ଅନ୍ଯ ସମସ୍ତ ଭିଡିଓଗ୍ରାଫି ମନା ହୋଇଛି । ସମଲେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାରଣ କରାଯାଇଛି । ମନ୍ଦିରର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ନେଇଛି । ଏନେଇ ଟ୍ରଷ୍ଟବୋର୍ଡ ସଭାପତି ସଞ୍ଚୟ ବାବୁ ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ମନ୍ଦିର ପରିସର ଓ ପ୍ରକଳ୍ପ ଅଞ୍ଚଳରେ ଡ୍ଯାନ୍ସ, ରିଲ୍ସ, ପ୍ରିଓ୍ବେଡିଂ ବାହାନାରେ ଅଶ୍ଳୀଳତା ପ୍ରଦର୍ଶନ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଟ୍ରଷ୍ଟ ବୋର୍ଡ ଏହି ନିୟମ ଆଣିଛି । 

nis-ad
Leave A Reply

Your email address will not be published.