ଏମ୍ ଭି – ୫୯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୩ ତମ ବନମହୋତ୍ସବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି – ୫୯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି କାଳିମେଳା ବନାଞ୍ଚଳର କୃର୍ତ୍ତୀ ସେକ୍ସନ ବନ ବିଭାଗ ତରଫରୁ ୭୩ ତମ ବନମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କରାଯାଇଛି । କୃର୍ତ୍ତୀ ବନବିଭାଗ ଵନପାଳ ଅଲ୍ଲୀ ମହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୭୩ତମ ବନମହୋତ୍ସବ ରେ ଏମଭି-୫୯ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିମେଷ ମଣ୍ଡଳ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବନରକ୍ଷୀ ପାର୍ଥ ସାରଥୀ ରାଉତ, ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ଓ ଫାରା ଷ୍ଟାଫ୍ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚୋରା ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଵନପାଳ ଶ୍ରୀ ମହମ୍ମଦ ଅଲ୍ଲୀ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଯେ ବୃକ୍ଷ ହଁ ଆମର ରକ୍ଷା କଵଚ । ଏହା ଆମକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇ ଦେଇଥାଏ । ଏହା ସୁସ୍ଥ ପରିବେଶ ସହ ସୁସ୍ଥ ମନଗଢିବା ସହାୟକ ହୋଇଥାଏ । ତେଣୁ ଆମେ ସମସ୍ତେ ଜଙ୍ଗଲ ସୃଷ୍ଟି କରିବା ସହ ସବୁ ସ୍ଥାନରେ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି କହିବା ସହ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ ।

nis-ad
Leave A Reply

Your email address will not be published.