ବ୍ରଜନଗର ଟାୱାର ଲାଇନ ରାସ୍ତା ଏବଂ ଡ୍ରେନ ବ୍ୟବସ୍ଥା ନେଇ ନିଗମ ମେୟରଙ୍କ ଆଲୋଚନା

ବ୍ରହ୍ମପୁର ( ୪/୭) : ଆଜି ବ୍ରଜନଗର ଉନ୍ନୟନ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କୁ ସାକ୍ଷାତ କରି ବ୍ରଜନଗରକୁ ମହାନଗର ନିଗମ ଦ୍ଵାରା ଅର୍ଦ୍ଧନିର୍ମିତ ଭାବେ ଛାଡ଼ିଦିଆଯାଇଥିବା ଖୋଲା ଡ୍ରେନ ଓ ତତ୍ ଜନିତ ଉପୁଜୁଥିବା ସମସ୍ୟା ଏବଂ ଟାୱାର ଲାଇନ ଦେଇ ଯାଇଥିବା ରାସ୍ତା କାମ ନିର୍ମାଣ ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ ସହ ବିଭିନ୍ନ ପ୍ରସଂଗ ନେଇ ଆଲୋଚନା କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ବୈକୁଣ୍ଠ ନଗର ସ୍ଥିତ ସ୍ପୋର୍ଟସ ଏରେନା ପାର୍ଶ୍ଵ ଦେଇ ଏକ ଡ୍ରେନ ଆସି ବ୍ରଜନଗର ପ୍ରଥମ ଗଳିରେ କୌଣସି ପାଣି ନିଷ୍କାସନର ସୁବିଧାକରାନଯାଇ ଅର୍ଦ୍ଧନିର୍ମିତ ଭାବେ ଖୋଲା ଛାଡି ଦିଆଯାଇଛି। ଫଳରେ ନର୍ଦ୍ଦମା ପାଣି ସେଠାରେ ଜମି ରହିବା ସହ ବର୍ଷା ହେଲେ ରାସ୍ତାରେ ନାଳ ପାଣି ଲହଡ଼ି ମାରୁଛି।ତତ୍ ସହିତ ମଶା ମାଛି ବିଭିନ୍ନ ପୋକ ଯୋକର ପାଦୃଭାବ ବଢୁଛି। ସେଇଭଳି ବ୍ରହ୍ମାନଗର ତୃତୀୟ ଗଳି ନିକଟ ଦେଇ ଯାଇଥିବା ଡ୍ରେନ ମଧ୍ୟ ପାଣି ନିଷ୍କାସନ ହେଇ ପାରୁନଥିବାରୁ ତାହାର ତୁରନ୍ତ ନିର୍ମାଣ କରିବା ନେଇ ପରିଷଦ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବ୍ରଜନଗର ଟାୱାର ଲାଇନ ଦେଇ ଯାଇଥିବା ଏବଂ ଭାବିନିପୂର ରୋଡ କୁ ସଂଯୋଗ କରୁଥିବା ଦୀର୍ଘ ଦେଢ଼ କିଲୋମିଟର ରାସ୍ତା ଯାହା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଥିଲା ଇତିମଧ୍ୟରେ ମହାନଗର ନିଗମ କୁ ହସ୍ତାନ୍ତର ହେଇ ସାରିଥିବାରୁ ସେହି ରାସ୍ତା ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବାକୁ ପରିଷଦ ପକ୍ଷରୁ ମେୟର ଙ୍କୁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ସେହି ରାସ୍ତାଟି ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।ସେହି ରାସ୍ତାଟି ମେଡ଼ିକାଲକୁ ସଂଯୋଗ କରୁଥିବାରୁ ତାହାର ପୁନରୁଦ୍ଧାର ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି। ପରିଷଦ ଠାରୁ ସମସ୍ତ କଥା ଶୁଣିବା ପରେ ଆସନ୍ତା ୬ ତାରିଖରେ ସେ ନିଜେ ବ୍ୟକ୍ତିଗତ ଭାବେ ସେ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତି ପରଖିବେ ଏବଂ ସେହି ଅନୁଯାୟୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରିଷଦ ତରଫରୁ ରେଡିଓ ଷ୍ଟେସନ ବ୍ୟାଙ୍କ କଲୋନୀ ସ୍ଥିଥ କଲ୍ୟାଣ ମଣ୍ଡପର ଜରାଜୀର୍ଣ୍ଣ ଅବସ୍ଥା ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

nis-ad
Leave A Reply

Your email address will not be published.