ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଦ୍ୟୁତ ଦେୟ !

ମାଲକାନଗିରି (୨୭।୬) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ଗ୍ରାମ ପଞ୍ଚାୟତ ସଦର ପୋଟ୍ରେଲ ଗ୍ରାମର ଗଙ୍ଗା ମାଢି ପୂର୍ବରୁ ସରକାରଙ୍କ ବିପିଏଲ ଯୋଜନାରେ ନିଜଘର ପାଇଁ ବିଦ୍ୟୁତ ସଂଯୋଗ ଆଣିଥିଲେ । ସେହି ସମୟରେ ବିଦ୍ୟୁତ ଦେୟ ଦେବାକୁ ପଡୁ ନଥିବା କାରଣରୁ ଦେୟ ବାନ୍ଧିବାକୁ ପଡୁନଥିଲା । କିନ୍ତୁ ପରେ ସରକାରଙ୍କ ନିୟମ ବଦଳିବାରୁ ବିଦ୍ୟୁତ ଦେୟ ନିମନ୍ତେ ବିଲ ଆସିବା ଆରମ୍ଭ ହେବାକୁ ଲାଗିଲା । ଗଙ୍ଗା ଧୀରେ ଧୀରେ ନିଜ ବିଦ୍ୟୁତ ଦେୟ ସଠିକ ସମୟରେ ପଇଠ କରୁଥିବା ବେଳେ ଗତ କିଛି ବର୍ଷ ପୂର୍ବେ ଗଙ୍ଗାଙ୍କର ଦେହାନ୍ତ ହୋଇ ଯାଇଥିଲା । ପରେ ଗଙ୍ଗାଙ୍କର ପୁଅ କୃଷ୍ଣ ମାଢି ସେଠାରେ ବାପାଙ୍କ ସହିତ ରହୁଥିବା କାରଣରୁ ସେହିଘରେ ସେ ଏକା ରହିଥିଲେ । ହେଲେ କୃଷ୍ଣଙ୍କର ସେମିତି କିଛି ରୋଜଗାର ନଥିବା କାରଣରୁ ବିଦ୍ୟୁତ ଦେୟ ବାନ୍ଧିବା କଷ୍ଟ ସାଧ୍ୟ ହୋଇ ପଡିଲା । ଏଣୁ ବିଲ ବକେୟା ବଢିବାରେ ଲାଗିଲା । ବିଦ୍ୟୁତ ଦେୟ କୃଷ୍ଣ ପଇଠ କରି ନପାରିବାରୁ ପ୍ରାୟ ୪ ମାସ ପୂର୍ବେ ବିଦ୍ୟୁତ ବିଭାଗର କର୍ମଚାରୀ ଆସି ତାଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ । ଫଳରେ କୃଷ୍ଣ ବିନା ବିଦ୍ୟୁତ ସଂଯୋଗରେ ରହି ଆସୁଥିବା ବେଳେ ବର୍ତ୍ତମାନ କିନ୍ତୁ ଦୀର୍ଘ ୪ ମାସ ପରେ ପୁଣି ଥରେ କୃଷ୍ଣଙ୍କ ଘରେ ବିଦ୍ୟୁତ ସଂଯୋଗ ନଥାଇ ବି ବିଦ୍ୟୁତ ଦେୟ ୬୬୭ ଟଙ୍କା ୩୬ ପଇସା ଆସିଛି । ଏଠାରେ ପ୍ରଶ୍ନ ଉଠୁଛିଯେ ପ୍ରାୟ ୪ ମାସ ପୂର୍ବେ ଯେଉଁ ଘରର ବିଦ୍ୟୁତ ସଂଯୋଗକୁ ବିଭାଗୀୟ କର୍ମଚାରି ନିଜେ ଆସି କାଟିଦେଇ ଯାଇଥିଲେ । ଏନେଇ ସେ ବିଦ୍ୟୁତ ବିଭାଗ କର୍ମ ଚାରୀଙ୍କୁ ପଚାରିବାରୁ କର୍ମଚାରୀ ମାନେ ଆମେ କିଛି କରି ପାରିବୁନି, ତମେ ବାଲିମେଳା ଅଫିସକୁ ଯାଇ ବୁଝ ବୋଲି କହିବା ପରେ କୃଷ୍ଣ ବାଲିମେଳା ମଧ୍ୟ ଯାଇ ନିଜ ସମସ୍ଯା ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇ ନଥିବା କୃଷ୍ଣ ଅଭିଯୋଗ କରିଛନ୍ତି । ତେବେ ବିଦ୍ୟୁତ ନଥାଇ କିଭଳି ବିଦ୍ୟୁତ ବିଲ ଆସିଲା ସେନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହେବା ସହ ଅସନ୍ତୋଷ ଭାବ ମଧ୍ୟ ଦେଖା ଦେଇଛି ।

nis-ad
Leave A Reply

Your email address will not be published.