ଲୋକଙ୍କ ଉଦ୍ୟମରେ ବାଉଁଶ ନଳାରେ ଗାଁକୁ ଆସିଲା ଝରଣାପାଣି

ଦାରିଙ୍ଗବାଡ଼ି(୨୭/୬) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ ବହୁ ଯୋଜନା ସହିତ ବହୁ ବ୍ୟୟ ଅଟକଳ କରିଛନ୍ତି। ହେଲେ ଆଜିବି ଅନେକ ଉପାନ୍ତ ଅଞ୍ଚଳ ରହିଛି, ସେହି ଅଞ୍ଚଳ ବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ ହୋଇ ରହିଛି। ଯାହାକି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ସୋନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦବେଡ଼ି ରାଜସ୍ୱ ଗ୍ରାମର ପଡ଼ା ଗ୍ରାମ ଡୁଗେଟମାହା ,ବିନ୍ଧାଣି ସାହି, ପଦାସହି, ଛକ ସାହିରେ ରହୁଥିବା ୮୦ ପରିବାରର ପାଖାପାଖି ଚାରିଶହରୁ ଉର୍ଦ୍ଧ ଅନୁସୂଚିତ ଜାତି ଓ ଜନଜାତିର ଲୋକ। ଆଯଯାଏ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଥିବା ଦେଖିବାକୁ ମିଳିଛି। ଏହି ଲୋକଙ୍କ ପାଇଁ ଜଳର ସୁବିଧା କରିବା ପାଇଁ ସରକାରଙ୍କ ପକ୍ଷରୁ ତିନିଟି ନଳକୂପ ଓ ଦୁଇଟି ପଥର ବନ୍ଧେଇ କୂଅ ଅନେକ ବର୍ଷ ପୂର୍ବରୁ କରା ଯାଇଥିଲା। ହେଲେ ଉକ୍ତ ତିନିଟି ନଳକୂପ ଖରାପ ରହିଥିବାରୁ ଆବଶ୍ୟକ ପାଣି ବାହାରୁନାହିଁ ଓ ଦୁଇଟି ପଥର ବନ୍ଧେଇ କୂଅ ସମ୍ପୂର୍ଣ୍ଣ ଅକାମି ହୋଇ ରହିଛି । ଫଳରେ ପାଣି ସମସ୍ୟାରେ ରହିଛନ୍ତି ଡୁଗେଟମାହା ,ବିନ୍ଧାଣି ସାହି, ପଦାସହି, ଛକ ସାହିର ୮୦ ପରିବାରସଦସ୍ୟ ଗଣ। ଏହିପରିକି ଖାଦ୍ୟ ପ୍ରସ୍ତୁତି, ପାନୀୟ ଜଳ, ଗାଧୋଇବା ଓ ଲୁଗାପଟା ସଫା କରିବା ପାଇଁ ନାଳ କିମ୍ବା ବିଲ ମାଳରେ ଥିବା ଚୁଆ ପାଣି ଉପରେ ନିର୍ଭର କରି ଆସୁଛନ୍ତି ।

ଏହାର ସମାଧାନ ପାଇଁ ଗ୍ରାମବାସୀ ଦୀର୍ଘ ଦିନ ପଞ୍ଚାୟତ ଜନ ପ୍ରତିନିଧି ଓ ବ୍ଳକ ପ୍ରଶାସନଙ୍କୁ ପାଣି ସମସ୍ୟା ସମ୍ପର୍କରେ ଅବଗତ କରି ବିଫଳ ହେବା ପରେ ବେସରକାରୀ ଅନୁଷ୍ଠାନ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟସଙ୍ଗଠନର ସହଯୋଗରେ ପାହାଡ଼ ଉପରେ ଥିବା ଝରଣାରୁ ବାଉଁଶ ନଳରେ ଗାଁକୁ ପାଣି ଆଣି ଦୈନନ୍ଦିନ ଜିବନରେ ବ୍ୟବହାର କରୁଛନ୍ତି। ସୂଚନାରୁ ପ୍ରକାଶ, ଗ୍ରାମରୁ ସେହି ପାହାଡ଼ ଉପରେଥିବା ଝରଣାର ଦୂରତା ପାଖପାଖି ଦୁଇ କିଲୋମିଟର। ପାଣି ପାଇଁ ୮୦ପରିବାରର ଆବାଳ ବୃଦ୍ଧ ବନିତା ମିଳିତ ଭାବେ ଶିଶୁମାନଙ୍କୁ ଗଛ ଛାଇରେ ରଖି ପାଣି ପାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ହେଲେ ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି ଗାଁର ସମସ୍ତ ଘରକୁ ଘର ପାଣି ଯୋଗାଇ ଦେଉଥିଲା ବେଳେ ଉକ୍ତ ଗାଁକୁ ଆଜିଯାଏ ପ୍ରଶାନର ଦୃଷ୍ଟି ପଡୁନାହିଁ। ଏହି ସମ୍ପର୍କରେ ବିଡିଓ ଗଦାଧର ପାତ୍ରଙ୍କୁ ପଚରା ଯିବାରୁ ଅତି ଶିଘ୍ର ପାନୀୟ ଜଳ ବ୍ୟବସ୍ଥା କରାଯିବ କହିଛନ୍ତି। ଏପାଖରେ ପାଣି ପାଇଁ ଅଣ୍ଟା ଭିଡ଼ି ୪ ଆଦିବାସୀ ପଡ଼ାର ୮୦ ପରିବାର ମିଳିତ ଭାବେ ନିଜେ କୌଶଳ ବାହାର କରି ଆଉ ତାକୁ କାର୍ଯ୍ୟରେ ବି କରି ଦେଖେଇଛନ୍ତି। ଯାହାକି ବାଉଁଶ ନଳା ପାହାଡ଼ ମୁଣ୍ଡରେ ଥିବା ଝରଣା ଯାଏ ସଂଯୋଗ କରି ଗାଁ ମୁଣ୍ଡାଯାଏ ପାଣି ଆଣି ପାରିଛନ୍ତି। ବାଉଁଶ ନଳରେ ଆସୁଥିବା ପାଣି ସରଣକ୍ଷଣ କରିବା ପାଇଁ ସିମେଣ୍ଟର କୁଣ୍ଡ ମଧ୍ୟ ବନେଇଛନ୍ତି। ଝରଣା ପାଣି କୁଣ୍ଡରେ ଭରି ହେଉଛି। ନିଜ ଉଦ୍ୟମରେ ଗାଁମୁଣ୍ଡରେ ଅତ୍ୟାବସକ ପାଣି ନିତ୍ୟବ୍ୟହାର୍ଯ୍ୟ ପାଇଁ ପାଇ, ଖୁସିଥିବା ଥିବା ଗ୍ରାମ ବାସୀଙ୍କ ଠାରୁ ପ୍ରକାଶ।

nis-ad
Leave A Reply

Your email address will not be published.