ନିଷିଦ୍ଧ ନିଶାଦ୍ରବ୍ୟର ବିରୋଧରେ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୁଦ୍ଧ ଦିବସ ଅବସରରେ ଆନ୍ତଃଜିଲ୍ଲା ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ମାଲକାନଗିରି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମାଲକାନଗିରି ମହାବିଦ୍ୟାଳୟ, ଘଡେଇ ଆବାସିକ ମହାବିଦ୍ୟାଳୟ, ସତ୍ୟନାରାୟଣ ଆବାସିକ ମହାବିଦ୍ୟାଳୟ, ବାଲିମେଳା ମହାବିଦ୍ୟାଳୟ, ଶ୍ୟାମ ପ୍ରସାଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡଃ. ରଞ୍ଜନ କୁମାର ସ୍ଵାଇଁ ପରିଚାଳନା କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାଶ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ଵାଇଁ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଓ କନିଷ୍ଠ ସହାୟକ, ସାମାଜିକ ସୁରକ୍ଷା ବିଭାଗ ଅନିଦିତା ରାୟ, ରବିକୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସ୍ଵେଚ୍ଛାସେବୀମାନେ ଏବଂ ମାଲକାନଗିରି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି, ତପନ କୁମାର ବେହେରା, ପ୍ରଦୀପ ରୋମ ଓ ଗୋକୁଳାନନ୍ଦ ପାତ୍ର ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟରୁ ୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ଘଡେଇ ଆବାସିକ ମହାବିଦ୍ୟାଳୟର ଜୋସ୍ନାରାଣୀ ଗୌଡ଼ ପ୍ରଥମ, ରେବା ହାଲଦାର ଦ୍ଵିତୀୟ, ମଡେଲ କଲେଜର କ୍ରିଷ୍ଣା ମଜୁମଦାର ଓ ମାଲକାନଗିରି ମହାବିଦ୍ୟାଳୟର ଶୁଭ ବିଶ୍ଵାସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ତର୍କ ପ୍ରତିଯୋଗିତାରେ ଶୁଭ ବିଶ୍ଵାସ ପ୍ରଥମ, ହେମା ମଜୁମଦାର ଦ୍ଵିତୀୟ ଓ ସ୍ନେହୀତା ବୈଦ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.