ଚାକିରି କରାଇ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ, ଜଣେ ଗିରଫ

ମାଲକାନଗିରି : ଜଗତସିଂପୁର ତିର୍ତ୍ତୋଲରୁ ଚାକିରି ଦେବା ନାଁରେ ଲୁଟ କରିଥିବା ଅଭିଯୁକ୍ତକୁ ଗିରଫ କଲା ମାଥିଲି ପୋଲିସ । ପ୍ରାୟ ତିରିଶ ଲକ୍ଷ ଟଙ୍କା ଲୁଟ କରିଥିବା ଲୁଟେରାର ନା ହେଉଛି ସ୍ମୁତି ଶେଖର ଜେନା । ମାଥିଲି ପୋଲିସ କୁ ମିଳିଛି ବଡ଼ ସଫଳତା । ଚାକିରୀ ଯୋଗାଇ ଦେବା କହି ପ୍ରାୟ ୩୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରିଥିବା ଅଭିଯୁକ୍ତ ସ୍ମୃତି ଶେଖର ଜେନା ଙ୍କୁ ଜଗତସିଂହପୁର ରୁ ଗିରଫ କରିଛି ମାଥିଲି ପୋଲିସ । ଅଭିଯୁକ୍ତ ଙ୍କ ବୟସ ପ୍ରାୟ ୩୧ବର୍ଷ ଅଭିଯୁକ୍ତ ଜଣକ ଜଣେ ମେକାନିକାଲ ଇଂଜିନିୟର ୪ ମାସ ତଳେ ମାଥିଲି ଥାନାରେ ଜଣେ ଯୁବକ ଟଙ୍କା ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ତେବେ ପୋଲିସ ର ତଦନ୍ତ ପରେ ଆହୁରି ଅଧିକ ଟଙ୍କା ଠକେଇ ହୋଇଥିବା ଧିରେ ଧିରେ ସାମ୍ନା କୁ ଆସୁଛି, ଅଭିଯୁକ୍ତଠୁ ଦୁଇଟି ମୋବାଇଲ ଓ ଗୋଟିଏ ସୁନା ମୁଦି ଜବତ କରିଛି ପୋଲିସ । ମାଲକାନଗିରି ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଟଙ୍କା ଠକିନେଇ ଥିବା ବିଷୟ ଜଣାପଡିଛି । ଲୁଟ ଅର୍ଥ ରେ ଯୁବକ ଜଣକ ମଉଜ ମଜଲିସ କରିବା ସହ ଉକ୍ତ ଅର୍ଥ କୁ ବିଭିନ୍ନ ବ୍ୟବସାୟ ରେ ବ୍ୟବହାର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

nis-ad
Leave A Reply

Your email address will not be published.