ବିଶାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମ ପ°ଚାୟତ ଅନ୍ତର୍ଗତ କଣ୍ଟାସାରୁ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କଣ୍ଟାସାରୁ ଗ୍ରାମର ତିଲାଇ ହନ୍ତାଳ, (ବୟସ-୭୦ )ନାମକ ଜଣେ ବୃଦ୍ଧା ଆଜି ସକାଳେ କିଛି ବନଜାତ ଦ୍ରବ୍ୟ ସ°ଗ୍ରହ ଉଦ୍ଦେଶ୍ୟରେ ନିକଟସ୍ଥ ଜ°ଗଲକୁ ଯାଇଥିଲା, ଫେରିବା ବେଳେ କିଛି ଛତୁ ଘରେ ଖାଇବା ପାଇଁ ଆଣିଥିଲେ ଏବଂ ଉକ୍ତ ଛତୁକୁ ପରିବାରର ସମସ୍ତ ସଦସ୍ୟ ମିଳିମିଶି ଖାଇଥିଲେ । କିଛି ସମୟ ପରେ ସମସ୍ତଙ୍କ ଦେହ ହାତ ଅବଶ ଲାଗିବା ସଙ୍ଗେ ସଙ୍ଗେ ବାନ୍ତି ହୋଇଥିଲା । ଏହି ଖବର ପାଇ ବି°ଗୁଗୁଡା ର ଗୋପୀ ପା°ଗୀ ଓ କୁଡୁମୁଲୁଗୁମ୍ମାର ରମେଶ ଚନ୍ଦ୍ର ନେଲୁର କଣ୍ଟାସାରୁ ଗ୍ରାମକୁ ଯାଇ ଏକ ଅଟୋ ସହାୟତାରେ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ଯେଉଁଠି ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ଉକ୍ତ ବ୍ୟକ୍ତି ମାନଙ୍କୁ ଚିକିତ୍ସା କରିଥିଲେ । ଡାକ୍ତର°କ କହିବା ଅନୁଯାୟୀ ଏହା ଏକ Food Poisoning ଘଟଣା କିଛି ବିଶାକ୍ତ ଜିନିଷ ଖାଇବା ଫଳରେ ଏପରି ଘଟିଛି ଏବଂ ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସହ ନିୟମିତ ନିରୀକ୍ଷଣ ଚାଲିଛି, ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଓ ଯଦି କୌଣସି ସମସ୍ୟା ଦେଖାଯାଏ, ସେମାନଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ତାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି । ଘଟଣାର ଖବରପାଇ କଣ୍ଟାସାରୁ ଗ୍ରାମର ଶହଶହ ଲୋକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.