ସ୍ବୀକୃତି ଉପରେ ସଚେତନତା କର୍ମଶାଳା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଭାଗୃହ ଠାରେ ଫିରିଙ୍ଗିଆ ବ୍ଲକ ପ୍ରଶାସନ ଓ ସ୍ବାତୀର ମିଳିତ ଆନୁକୁଲ୍ୟରେ ସରକାର ଙ୍କ ବିଭିନ୍ନ ଗରୀବ ଦୁରିକରଣ ଯୋଜନା ଓ ଟ୍ରାନସଜେଣ୍ଡର ସଶକ୍ତିକରଣ କାର୍ଯ୍ୟକ୍ରମ ଏବଂ ସ୍ବୀକୃତି ଉପରେ ସଚେତନତା କର୍ମଶାଳା ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞନ ମହନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିବା ସହ କିନ୍ନର ମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ୍ କରିବାକୁ ହେଲେ ସବୁ ସ୍ତରରେ ବାଛ ବିଚାର କୁ ପଛରେ ପକାଇ ସରକାରଙ୍କ ସମସ୍ତ ସୁବିଧା ହାସଲ କରି ଜୀବନ ଜୀବିକା ସୃଦୃଢ଼ କରିବାକୁ ହେବ ବୋଲି କହିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞନ ସେଠୀ ଉପସ୍ଥିତ ରହି ବିଭିନ୍ନ ଯୋଜନା ତଥା ସାମାଜିକ ସୁରକ୍ଷାରେ ହିତାଧିକାରୀ କିଭଳି ପେନସନ ପ୍ରୋତ୍ସାହନ ଓ ସୀକୃତି ଯୋଜନା ସହ ଜୋଡି ହେବେ ତାହା ଆଲୋକପାତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟ ଜାରି ହେଉଥିବା ଯୋଜନା ଯଥା ମହାତ୍ମାଗାନ୍ଧୀ ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ,ଜଳ ଯୋଗାଣ , ଓଡ଼ିଶା ଜୀବିକା ମିଶନ ଭଳି ସବୁ କ୍ଷେତ୍ରରେ କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ବ୍ଲକ ଜଳ ଯୋଗାଣ ଅଧିକାରୀ ଶମ୍ବାରିଆ ବେହେରା କିନ୍ନରମାନଙ୍କୁ ରୋଜଗାରରକ୍ଷମ କରିବା ନିମନ୍ତେ ପଞ୍ଚାୟତ ସ୍ତରରେ ଟେକେନିସିୟାନ ଭାବେ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା ଅଛି ବୋଲି ଘୋଷଣା କରିଥିଲେ । ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ହରିପ୍ରିୟା ମେହେର ଶିଶୁ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନା ବିଷୟରେ ପଞ୍ଚାୟତ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ । ଫିରିଙ୍ଗିଆ ଅଞ୍ଚଳର ୪ ଜଣ କିନ୍ନର ମୁନି, ବୈଶାଖୀ, ରିଙ୍କି, ମନିଷା କିନ୍ନରଙ୍କୁ ସ୍ବୀକୃତି ଯୋଜନା ତରଫରୁ ଉପ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ କନ୍ଧମାଳ ଜିଲ୍ଲା ର କିନ୍ନର ମାନଙ୍କ ଅଧିକାର ପାଇଁ ସଦାଚେଷ୍ଟିତ ସାମ୍ବାଦିକ ଅଶୋକ ମହାନ୍ତି ଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ‌ ।

nis-ad
Leave A Reply

Your email address will not be published.