ମାଣିକପୁର ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ

ଖଲ୍ଲିକୋଟ(୨୪/୦୬) : ଖଲ୍ଲିକୋଟ ଥାନାର ମାଣିକପୁର ଗ୍ରାମ ଜଗନ୍ନାଥ ମନ୍ଦିର ସାହି ନାଲୁ ସିଂ ଘରେ ଥିବା ଜାଳେଣି ଗ୍ୟାସ ଫାଟି ନଗଦ ୮୦ ହଜାର ଟଙ୍କା ଓ ୨୦ ତୋଳା ସୁନା ପୋଡି ପାଉଁଶ ହୋଇଯାଇଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ରେ ଦୁଇ ବଖରା ଛାତ ଘର ଓ ଗୋଟିଏ ଟିଣ ଘର ଭାଙ୍ଗି ଟୁକୁରା ଟୁକୁରା ହୋଇପଡିଥିବା ଜଣାପଡିଛି l ଗ୍ୟାସ ଟାଙ୍କି ଫାଟିଯିବ ପ୍ରଭାବ ରେ ଏକ କାଠ ସିନ୍ଦୁକ ବାକ୍ସ ରେ ନିଅ| ଲାଗିବ| ଫଳରେ ବାକ୍ସ ଟି ଜଳି ସେଥିରେ ଥିବା ଧାନ ବିକା ଟଙ୍କା ଓ ଝିଅ କୁ ଦେବାକୁ ଥିବା ସୁନା ଜାଳି ଯାଇ ଥିବା ବେଳେ ଘରେ ଥିବା ଫ୍ରିଜ ,ଟିଭି ,ଫ୍ୟାନ ସମେତ ସମସ୍ତ ଅ|ସବାବ ପତ୍ର ଜଳିଯାଇଥିଲା l ତେବେ ଖଲ୍ଲିକୋଟ ର ଦୁଇଗୋଟି ଦମକଳ ବାହିନୀ ର ଅକ୍ଲାନ୍ତ ପରିଶ୍ରମ ସତ୍ୱେ ନିଆଁ କୁ ଆୟତ୍ତ କରାଯାଇ ପାରିନଥିଲା l ତେବେ ଘଟଣାସ୍ଥଳ କୁ କହେଁଇପୁର ଆର ଆଇ ଓ ମାଣିକପୁର ସରପଂଚ ଉଦୟ ବାରିକ ପହଂଚି କ୍ଷୟକ୍ଷତି ର ପରିମାଣ ଆକଳନ କରି ଫେରିଥିବା ଜଣାପଡିଛି l ଘଟଣାଟି ମଧ୍ୟାନ ୧୨ ଘଟିକା ସମୟରେ ଘଟିଥିଲା l

nis-ad
Leave A Reply

Your email address will not be published.