ପ୍ରଶାସନ ଶୁଣିଲାନି : ଶେଷରେ ବାଉଁଶ ନଳାରେ ଗାଁକୁ ପାଣି ଆସିଲା

ଫୁଲବାଣୀ (୨୪/୬) : ପିଇବା ପାଣି ମୁନ୍ଦିଏ ପାଇଁ ପ୍ରଶାସନକୁ ନେହୁରା ହେଲେ ହେଲେ ଶୁଣିଲାନି ପ୍ରଶାସନ l ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଏକଜୁଟ ହୋଇ ଅର୍ଥ ସଂଗ୍ରହ କରିବା ସହ ଶ୍ରମଦାନ କରି ବାଉଁଶ ନଳାକୁ ନଳା ସଂଯୋଗ କରି ଗାଁକୁ ପାଣି ଆଣିବାରେ ସଫଳ ଗ୍ରାମବାସୀ l ଯାହାକି ପ୍ରଶାସନର ପାରିବା ପଣିଆ ପ୍ରତି ଆଙ୍ଗୁଳି ଉଠିଛି l ଏଭଳି ଖବର ଅସିଛି କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକର ମାଓ ଅଧୁସିତ ଦୁର୍ଗମ ସୋନପୁର ପଂଚାୟତର ଛକ ସାହି, ବିନ୍ଧାଣି ସାହି, ପଦାସାହି, ଡୁଗେଟ ମାହା ଆଦି ଅଂଚଳରୁ l ସେମାନେ ପ୍ରଶାସନକୁ ଚାଲେଞ୍ଜ ଦେଇ ଏହା କରି ଦେଖାଇଛନ୍ତି lପୂର୍ବରୁ ଗାଁରେ ଥିବା ୩ଟି ଯାକ ନଳକୂପ ଅଚଳ ହୋଇ ପଡି଼ବା ଫଳରେ ଏସବୁ ଅଂଚଳର ଲୋକେ ମରାମତି ପାଇଁ ବହୁବାର ପ୍ରଶାସନ ନିକଟ ରେ ଅନୁରୋଧ କରିଥିଲେ l ହେଲେ ବାବୁମାନେ ଶୁଣିନଥିଲେ lଫଳରେ ପାଣି ପାଇଁ ଗ୍ରାମର ପ୍ରାୟ ୮୦ ପରିବାର ହନ୍ତସନ୍ତ ହେଉଥିଲେ l ଶେଷରେ ଗ୍ରାମବାସି ଏକଜୁଟ ହୋଇ ଗାଁରେ ଏକ ବଡ଼ ସିମେଣ୍ଟ କୁଣ୍ଡ ନିର୍ମାଣ କରିଥିଲେ l ପରେ ପାହାଡ଼ ଉପରେ ଥିବା ଏକ ଝରଣାରୁ ୨ କିମି ବାଟ ବାଉଁଶ ନଳାକୁ ଜଏଣ୍ଟ କରି କୁଣ୍ଡରେ ପକାଇଥିଲେ l କୁଣ୍ଡରେ ପାଣି ଜମା ହେବା ପରେ ସେହିପାଣିକୁ ଏବେ ଗ୍ରାମର ସମସ୍ତ ପରିବାର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି lଏହା କରିବାକୁ ଗ୍ରାମର ଲୋକଙ୍କୁ ପ୍ରାୟ ଏକ ସପ୍ତାହ ଶ୍ରମଦାନ କରିବାକୁ ପଡିଥିଲା ବୋଲି ଗ୍ରାମବାସି କହିଛନ୍ତି lତେଵେ ଏନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରେ ପାନୀୟ ଜଳ ସମସ୍ୟା ନେଇ ତାଙ୍କ ନିକଟରେ ସେଭଳି କିଛି ଅଭିଯୋଗ ନାହିଁ, ଏବେ ଜାଣିବାପରେ ପାନୀୟ ଜଳ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l ତେଵେ ପ୍ରଶାସନ କେବେ ପାନୀୟ ଜଳ ସମସ୍ୟା ସମଧାନ କରୁଛି ଦେଖିବା କଥା l

nis-ad
Leave A Reply

Your email address will not be published.