ରାଜା ଚୈତନ୍ୟ ଦେବ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର : ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହେଶ୍ୱର ନାୟକ , ପୌରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନୁ ନାୟକ ମୁଖ୍ୟ ବକ୍ତା ଶ୍ରୀ ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ତହସିଲଦାର ଶ୍ରୀ କୈଳାଶ ତ୍ରିପାଠୀ,ଡି ଏସ ଡବ୍ଲୁ ଓ ଦ୍ରପୌଦି କହଁର, ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁପ୍ରିୟା ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସକାଳ ୫.୦୦ ଘ ସମୟରେ ସହରରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ ଓ ପ୍ରଭାତ ଫେରି ହୋଇଥିଲା।ସକାଳ ଘ୯.୦୦ଣ୍ଟ ସମୟରେ ସହର ରେ ସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ଓ ପୂଜ୍ୟପୂଜା ନିମନ୍ତ୍ରିତ ଅତିଥିମାନଙ୍କ ଗ୍ରହଣରେ ହୋଇଥିଲା। ମାଲ୍ୟର୍ପଣ କାର୍ଯ୍ୟକ୍ରମ ରେ ଅତିଥିମାନଙ୍କ ସଙ୍ଗରେ ବିଭିନ୍ନ ହାଇସ୍କୁଲର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଅଧିକାରୀ,ସହରର ବିଶିଷ୍ଟ ବ୍ୟକ୍ତି, ଜନ.ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ର ସଙ୍ଗୀତ ଗୁରୁ ଯୁଗଳ ତ୍ରିପାଠୀ ଙ୍କ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନକେ” ଏବଂ ଉଦଯାପନୀ ସଙ୍ଗୀତ ” ରଘୁପତି ରାଘବ “ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ହାଇସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା,ଚିତ୍ରାଙ୍କନ,କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ମାଝୀ ନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ କହିବା ସହ ନବରଙ୍ଗପୁର ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ଙ୍କ ବଳିଦାନ ଉପରେ ନିଜର ମତ ରଖିଥିଲେ। ସମ୍ମାନୀତ ଓ ଅନ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଜୀବନ ଦର୍ଶନ କୁ ପଢ଼ି ନିଜ ଜୀବନରେ ସ୍ଵଚ୍ଛତା, ଅହିଂସା ଓ ସତ୍ୟର ଆଶ୍ରୟ ନେବାକୁ ଆହ୍ବାନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଛାତ୍ର ଜୀବନରୁ ଗାନ୍ଧୀଙ୍କ ସତ୍ୟ ଓ ନ୍ୟାୟ ର ପଥ କୁ ଉଲ୍ଲେଖ ସହ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଗାନ୍ଧୀ ଙ୍କ ଆଦର୍ଶ କୁ ନିଜ ଜୀବନରେ ଗ୍ରହଣ କରିବା ସହ ଦେଶପ୍ରୀତି କୁ ପାଥେୟ କରିବାକୁ କହିଥିଲେ।
ସ୍ବାଗତ ଭାଷଣ ସହ ଦିବସ ପାଳନର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ । ମାଲ୍ୟର୍ପଣ କାର୍ଯ୍ୟକ୍ରମରେ ଡି ଇ ଓ ଶ୍ରୀ ଛତ୍ରପତି ସାହୁ, ଡି ଏସ ଏସ ଓ ଶ୍ରୀ ସୁଧାଂଶୁ ପାତ୍ର, ଶ୍ରୀ ଅଶୋକ ଚୌଧୁରୀ,ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ପୌରପରିଷଦ ର ସଭ୍ୟ/ ସଭ୍ୟା,ଗଣ ମାଧ୍ୟମ ପ୍ରତିନିଧି ଭାଗ ନେଇଥିଲେ ।ସଭା ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାଷିଆ ହରିଜନ ଧନ୍ୟବାଦ୍ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.