କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ବୈଠକ ଅନୁଷ୍ଠିତ

ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ତିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏ ବର୍ଷର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସରପଞ୍ଚ ମଙ୍ଗଳା ମାଢୀ ଅଧ୍ୟକ୍ଷତା କରିଥିଲା ବେଳେ, ଏ ଅ°ଚଳର ବିଧାୟକ ପ୍ରତିନିଧି ସାଧୂ ହନ୍ତାଳ, ସମିତି ସଭ୍ୟା ମୁନୀ ସଗରୀଆ,ନାଏବ ସରପଞ୍ଚ ହସମତି ହନ୍ତାଳ°କ ସହ ଗ୍ରାମ ପ°ଚାୟତର ୧୬ ଜଣ ୱ।ର୍ଡ ସଭ୍ୟ/ସଭ୍ୟା ଓ ସ୍ଥାନୀୟ ବୁଦ୍ଧିଜୀବୀ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକଟିକୁ କୁଡୁମୁଲୁଗୁମ୍ମା ଗ୍ରାମ ପ°ଚାୟତ ନିର୍ବାହୀ ଅଧିକାରୀ ରେବତୀ ମାଝୀ ପରିଚାଳନା କରିଥିବାବେଳେ ଯୋଗାଣ ସହାୟକ ଦେବେନ୍ଦ୍ର ରାଉତ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ଉନ୍ନୟନ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ବାର୍ଦ୍ଧକ୍ୟ ଓ ଦିବ୍ୟା°ଗ ଭତ୍ତା, ହରିଶ୍ଚନ୍ଦ୍ର ଯୋଜନା ଓ ଅମୃତ ସରୋବର ଯୋଜନା ମାନଙ୍କ ଉପରେ ସବିଶେଷ ଆଲୋଚନା ହୋଇଥିଲା । ଏହି ଆଲୋଚନା ରେ ୱ।ର୍ଡ ସଭ୍ୟ ସୁବ୍ରତ ମଲ୍ଲିକ କହିଥିଲେ ଯେ ଭେଟେନାରୀ କଲୋନୀ ଠାରେ ଡ୍ରେନ ନଥିବାରୁ ବର୍ଷାଜଳ ଲୋକମାନ°କ ଘର ଭିତରକୁ ଆସିଯାଉଥିବା,ମୁଖ୍ୟ ବଜାରରେ କୈଣସି ସୈଚାଳୟ ର ବ୍ୟବସ୍ଥା ନଥିବା, ମୁଖ୍ୟ ବଜାର ଛକ ମାନଙ୍କରେ ଡଷ୍ଟବିନ ଯୋଗାଇବା ଉଲ୍ଲେଖ କରିଥିଲେ, ସଭ୍ୟା ମିନାକ୍ଷୀ ପଣ୍ଡା ହାଟପଦା ର ଜନବସତି ଠାରେ ଥିବା ମାଛ ଓ ମା°ସ ଦୋକାନ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ବିଷୟରେ ନିଜର ଚିନ୍ତା ପ୍ରକଟ ସହ ନିଜର କ୍ଷୋଭ ପ୍ରକାଶ କରିଥିଲେ , ସଭ୍ୟ ଗୁଣ୍ଡୁରିଗୁଡା ପ୍ରାଥମିକ ବିଦ୍ୟାଳୟରେ ଲାଗିଥିବା ସିଲି°ଗ ଫ୍ୟାନ ଗୁଡିକୁ କେଉଁ ଦୁର୍ବୁର୍ତ୍ତ ଖୋଲି ନେଇଯାଇଥିବାର ସୂଚନା ଦେଇଥିଲେ,ସଭ୍ୟା ଶ୍ରୀମତୀ ଅନୀତା ସେଠୀ ଗୁରୁତ୍ୱ।ରୋପ କରି କହିଛନ୍ତି ଯେ ବିଗତ ୧୦ ଦିନ ହେବ ଜଳଯୋଗାଣ ବ୍ୟାଧିତ ହେବା ଫଳରେ ଜନସାଧାରଣ ନାହିଁ ନଥିବାର ସମସ୍ୟା ଭୋଗୁଛନ୍ତି ଓ ଏହା ଉପରେ ସମସ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ସଭ୍ୟ ହରୀ ମାଢୀ ଦୋରାଗୁଡ ର ତାଙ୍କ ସାହିରେ ରାସ୍ତା ଓ ଡ୍ରେନ ସମସ୍ୟା ଉଲ୍ଲେଖ କରିଥିଲା ବେଳେ, ସଭ୍ୟ ପିଣ୍ଟୁ ସ୍ୱାଇଁ ଡ୍ରାଇଭରଗୁଡା ଠାରୁ ଗୁଣ୍ଡୁରିଗୁଡା ବାଇପାସ୍ ରାସ୍ତା ନିର୍ମାଣ ଓ ନୃସିଂହ ନଗର ରାସ୍ତାରେ କଲଭର୍ଟ ନିର୍ମାଣ କୁ ପ୍ରାଥମିକତା ଦେବାପାଇଁ ଅନୁରୋଧ କରିଥିଲେ । ସଭ୍ୟ ସୁବ୍ରତ ମଲ୍ଲିକ ସ୍ଥାନୀୟ ରାଣୀବନ୍ଧ ର ପୁନରୁଦ୍ଧାର ଓ ଏହାକୁ ଅମୃତ ସରୋବର ଯୋଜନା ରେ ସାମିଲ କରିବା ସହ ସ୍ଥାନୀୟ ବଜାରର ମୁଖ୍ୟ ତିନୋଟି ଛକରେ ମହାତ୍ମାଗାନ୍ଧୀ, ସୁବାଶ ବୋଷ ଓ ବିଜୁ ପଟ୍ଟନାୟକଙ୍କ ଭଳି ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରପଞ୍ଚ°କୁ ଅନୁରୋଧ କରିଥିଲେ ଓ ଶେଷରେ ସରପଞ୍ଚ ଶ୍ରୀ ମାଢୀ ଉପରୋକ୍ତ ପ୍ରସ୍ତାବ ମାନଙ୍କ ଉପରେ ନିଜର ସହମତି ବ୍ୟକ୍ତ କରିବା ସହ ତୁରନ୍ତ ଏହାର କାର୍ଯ୍ୟକାରୀତା ଓ ବିଭାଗୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାହୀ ଅଧିକାରୀ ରେବତୀ ମାଝି°କୁ କହିଛନ୍ତି । ସର୍ବ ଶେଷରେ ନିର୍ବାହୀ ଅଧିକାରୀ ଶ୍ରୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସା°ଗ କରିବା ପାଇଁ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ ।

nis-ad
Leave A Reply

Your email address will not be published.