ଜିଲ୍ଲାପାଳଙ୍କ ଅଫିସ ସାମନାରେ ଧାରଣାରତ ୩ୱାର୍ଡବାସୀଙ୍କୁ ସାକ୍ଷାତ କରି ସମସ୍ୟା ବିଷୟରେ ଅବଗତ ହେଲେ ସାଂସଦ ରମେଶ ଚନ୍ଦ୍ର ମାଝୀ

ମାଲକାନଗିରି (୨୨/୬) : ଦୀର୍ଘଦିନ ଧରି ସ୍ଥାଇ ଘରବାଡି ପଟ୍ଟା ପାଇବା ଦାବିରେ ମାଲକାନଗିରି ଜିଲ୍ଲା ସଦରର ୱାର୍ଡ ନମ୍ବର ୩ ବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଧାରଣା ଦିଆଯାଇଥିବା ବେଳେ ଆଜି ଧାରଣା ସ୍ଥଳକୁ ଯାଇ ଲୋକଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ନବରଙ୍ଗପୁର ସାସଂଦ ରମେଶଚନ୍ଦ୍ର ମାଝି । ଦୀର୍ଘ ଦେଢମାସରୁ ଊର୍ଦ୍ଧ୍ଵ ସମୟ ଧରି ଏହି ୱାର୍ଡ ବାସୀ ଏଠାରେ ଧାରଣାରତ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ପ୍ରକାରର ପ୍ରତିଶୃତି ମିଳି ନାହି । ତେବେ ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହେଉନି ସେମାନେ ଏହିଭଳି ଭାବେ ଧାରଣାରେ ବସି ରହିଥିବା ପ୍ରକାଶ କରିଥିବା ବେଳେ ଆଜି ସାସଂଦ ଶ୍ରୀ ମାଝି ସେମାନଙ୍କ ନିକଟକୁ ଯାଇ ପ୍ରକୃତ ସମସ୍ଯା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ କିଭଳି ରୂପେ ଏବଂ କଣ ପଦକ୍ଷେପ ନେଲେ ସେମାନଙ୍କ ସମସ୍ଯା ଦୂର ହେବ ସେନେଇ ସେ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସମସ୍ଯାର ସମାଧାନ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ।

nis-ad
Leave A Reply

Your email address will not be published.