ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ

ମାଲକାନଗିରି (୨୨/୬) : ମାଲକାନଗିରି ଜିଲ୍ଲା ପାଣ୍ଡରିପାଣି ଗ୍ରାମରେ ଆଜି ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡରିପାଣି ଗ୍ରାମରେ ଆଜି ଏକ ପରିବାର ନିଜ ଘର ନିକଟରେ ହୋଇଥିବା କିଛି ଛତୁ ସଂଗ୍ରହ କରି ତାହାକୁ ଖାଇଥିଲେ । ତେବେ ଏହା ଖାଇବାର କିଛି ସମୟ ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଶରୀର ଅଧିକ ଖରାପ ହେବାରୁ ସମସ୍ତେ ପାଣ୍ଡରିପାଣି ଚିକିତ୍ସାଳୟକୁ ଯାଇ ସେଠାରେ ଚିକିତ୍ସା କରାଇଥିବା ବେଳେ ସେଠାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ତେବେ ବିଷାକ୍ତ ଖାଦ୍ୟ ଖାଇ ସେମାନଙ୍କ ଏଭଳି ଅବସ୍ତା ହୋଇଥିବା ଡାକ୍ତର ପ୍ରକାଶ କରିଥିବା ବେଳେ ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.