ସିଆରପିଏଫ ବାଟାଲିୟନ ତରଫରୁ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ପରିସରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ସମେତ ସମସ୍ତ ଅଧିକାରୀ ଗଣ , ଓଡିଶା ପୋଲିସର ଅଧିକାରୀ ଗଣ ଏବଂ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରିଥିଲେ | ବିଶେଷକରି ସୁରକ୍ଷା ବାହିନୀ ମଧ୍ୟରେ ଶାରୀରିକ ସୁସ୍ଥତାର ଆବଶ୍ୟକତା କୁ ଅନ୍ତର୍ଭୁକ୍ତ କରି କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା ଶାରୀରିକ ଏବଂ ମାନସିକ ସୁସ୍ଥତା ମଧ୍ୟରେ ସଠିକ ସନ୍ତୁଳନ ବଜାୟ ରଖିବାରେ “ଯୋଗର” ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

nis-ad
Leave A Reply

Your email address will not be published.