ଓଲଟିଲା ସ୍କୁଲ ଭ୍ୟାନ, ଅନେକ ଛାତ୍ରଛାତ୍ରୀ ଆହତ

ପୁରୀ: ଓଲଟିଲା ସ୍କୁଲ ଭ୍ୟାନ । ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହାତ । ଏଭଳି ଅଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ଖେଲାର ରଡ ବଜାର ନିକଟରେ । ତେବେ ପ୍ରାଥମିକ ଚିକିତ୍ସା ପାଇଁ ଆହତ ଛାତ୍ରଛାତ୍ରୀ ନିମାପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।

ସୂଚନା ଅନୁସାରେ ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଟାଟା ମ୍ୟାଜିକ ସବୁବେଳେ ଏକ କେନାଲ ବନ୍ଧ ଉପର ଦେଇ ଯାତାୟତ କରେ । ତେବେ ଆଜି(ମଙ୍ଗଳବାର) ପିଲାମାନଙ୍କୁ ନେଇ ଯାଉଥିବା ସମୟରେ ବନ୍ଧ ଉପରେ ହଠାତ ଆଗରେ ଗାଈ ଆସିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ବନ୍ଧ ତଳକୁ ଓଲଟି ପଡିଥିଲା । ଏଥିରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଗାଡି ଭିତରୁ ସେମାନଙ୍କୁ ଉଦ୍ଧାର କରି ନିମାପଡା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।

nis-ad
Leave A Reply

Your email address will not be published.