ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂଆ ଜିଲ୍ଲାପାଳ

ଫୁଲବାଣୀ : ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର. ନୂତନ ଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ l ସେ ବର୍ତମାନ ବାଲେଶ୍ୱର ଉପ-ଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ରତ ଥିଲେ l ଆଜି ଶ୍ରୀ ପାଟିଲ ଙ୍କୁ ସରକାର କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି l ସେହିପରି ଫୁଲବାଣୀ ଜିଲ୍ଲାପାଳ ଥିବା ଡ଼l. ଵୃନ୍ଦା ଡି ଙ୍କୁ ପରିଚାଳନା ନିର୍ଦେଶକ, ଓ ଏସ ଏମ ସି ଏଲ. ଭୁବେନଶ୍ୱର କୁ ବଦଳି କରା ଯାଈଛି l ଡା. ଵୃନ୍ଦା ଡି ଦୀର୍ଘ ପାଞ୍ଚ ବର୍ଷ ଫୁଲବାଣୀ ଜିଲ୍ଲାପାଳ ଭାବେ ରହି ବେଶ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ଥିଲେ l ତାଙ୍କର କନ୍ଧମାଳ ଜିଲାରେନୂତନ ମେଡିକାଲ କଲେଜ ପ୍ରତିଷ୍ଠlରେ ଯଥେଷ୍ଟ ଅବଦାନ ଥିଲା ସେହିପରି ନୂତନ ପାର୍କ ପ୍ରତିଷ୍ଠା, ୮୩ ଟି ସ୍ମାର୍ଟ ହାଇସ୍କୁଲ ନିର୍ମାଣ, ଗମନା ଗମନ ର ସୁବ୍ୟବସ୍ଥା କରିଥିଲେ l କେବଳ ସେତିକି ନୁହେଁ ସାଧାରଣ ନିର୍ବାଚନ ଠୁ ଆରମ୍ଭ କରି ପଂଚାୟତ, ମୁନିସିପାଲ ନିର୍ବାଚନ କୁ ମଧ୍ୟ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିଥିଲେ । ଵୃନ୍ଦା ଙ୍କ ସମୟରେ କୃଷି ଓ ଉଦ୍ୟାନ, ମନରେଗା, କ୍ଷେତ୍ରରେ ଉଲ୍ଲେଖ ନୀୟ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା l

nis-ad
Leave A Reply

Your email address will not be published.