ଭାରତ ରତ୍ନ ସ୍ୱର୍ଗତ ରତନ ଟାଟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ମାଲକାନଗିରି,୧୧।୧୦ ଦେଶର ଜଣେ ବିଶିଷ୍ଟ ଶିଳ୍ପପତି ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ ରତନ ଟାଟାଙ୍କ ବିୟୋଗରେ ସାରା ଦେଶ ଶୋକ ବ୍ୟକ୍ତ କରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ତାଙ୍କର ବିୟୋଗ ପରେ ଶୋକ ବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ। ଯେଉଁଥି ଲାଗି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଜିଲ୍ଲା ସଦରରେ ଥିବା ସୁବାଷ ବୋଷ ଟାଉନ କ୍ଳବ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା କରା ଯାଇ ତାଙ୍କର ସ୍ମୁତିଚାରଣ କରାଯାଇଛି। ଟାଉନ କ୍ଳବ ଦୁର୍ଗା ମଣ୍ଡପ ନିକଟରେ ସ୍ୱତନ୍ତ୍ର ଭାବେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଶତାଧିକ ଯୁବ ପିଢୀ ଓ ବୁଦ୍ଧିଜୀବୀ ଉପସ୍ଥିତ ହୋଇ ସ୍ୱର୍ଗତ ରତନ ଟାଟାଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରିଥିଲେ।

nis-ad
Leave A Reply

Your email address will not be published.