ପୁର୍ବ ଛାତ୍ର ଏକତ୍ରୀକରଣ…

ଫୁଲବାଣୀ : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ପୂର୍ବ ଛାତ୍ରଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ ମିଶ୍ର ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର ପାଢୀ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତି ସାମନ୍ତରାୟ ଧନ୍ଯବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ଜିଲ୍ଳା ପ୍ରମୁଖ ଇନ୍ଦ୍ର ମଣି ନାୟକ, ପୂର୍ବ ଛାତ୍ର ଦାୟିତ୍ଵ ରେ ଥିବା ଗୁରୁଜୀ ଅନ୍ତର୍ଯ୍ୟାମୀ ରାଉତ ପୂର୍ବ ଛାତ୍ରଛାତ୍ରୀ ମାନଙ୍କୁ ଏକତ୍ରୀତ କରିବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଉକ୍ତ ବୈଠକରେ ୧୭ ଜଣ ସ୍ୱାବଲମ୍ବୀ ଛାତ୍ରଛାତ୍ରୀ ଓ ୯୫ ଜଣ ଅଧୟନ ରତ ଛାତ୍ରୀ ମୋଟ ୧୧୨ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ l ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଗୀତ ଓ ତତକାଳ ଭାଷଣ ପ୍ରତିଯୋଗିତା କରି ପୁରସ୍କୃତ କରାଯାଇଥିଲା l ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ପୂର୍ବ ଅନୁଭୂତି ଏବଂ ପରସ୍ପରକୁ ପୁଣି ଜାଣିବା ସହ କଥୋପକଥନ ହୋଇ ବର୍ତ୍ତମାନ କିଏ କିପରି କଣ କରୁଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ l ସ୍ନେହଲତା ମିଶ୍ରଙ୍କୁ ଡାକ୍ତରୀ ଛାତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଶେଷରେ ଏକ ଭୋଜି ଆୟୋଜନ କରାଯାଇଥିଲା l

nis-ad
Leave A Reply

Your email address will not be published.