ଓକେସିଏଲ ପକ୍ଷରୁ କ୍ୟାରିୟର କାଉନସେଲିଙ୍ଗ କାର୍ଯ୍ୟକ୍ରମ…

ମାଲକାନଗିରି ତା୧୦/୧୦/୨୦୨୪ରିଖ ମାଲକାନଗିରି ମହାବିଦ୍ୟାଳୟରେ ଗତ ତା୦୯/୧୦/୨୦୨୪ରିଖ ଦିନ ଓକେସିଏଲ ପକ୍ଷରୁ ଏକ କ୍ୟାରିୟର କାଉନସେଲିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସୁଦୂର ଭୁବନେଶ୍ୱରରୁ ଆସିଥିବା ଓକେସିଏଲର ପ୍ରୋଗ୍ରାମ ମ୍ୟାନେଜର ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କମ୍ପୁଟର ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଓକେସିଏଲର ପାଠ୍ୟକ୍ରମ ଓଏସ -ସିଆଇଟିରେ ନାମ ଲେଖାଇ ପ୍ରାୟତଃ ଦୁଇ ଶହରୁ ଉର୍ଦ୍ଧ୍ୱ କୁଶଳୀ କାମ ଉପରେ ପ୍ରଶିକ୍ଷଣ ନେବାକୁ ପିଲାମାନଙ୍କୁ ବୁଝାଇଥିଲେ l କୌଣସି ବି ପ୍ରବେଶିକା ପରୀକ୍ଷା ଏବଂ ଚାକିରୀ ଆଶାୟୀଙ୍କ ପାଇଁ କମ୍ପୁଟର ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଓକେସିଏଲ ପାଠ୍ୟକ୍ରମରେ ନାମ ଲେଖାଇ ଆଭାଷୀ ମାଧ୍ୟମରେ ବିଭିନ୍ନ ଜ୍ଞାନ ଅର୍ଜନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଆଇ.କ୍ୟୁ.ଏସ.ସି ସଂଯୋଜକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ପରିଚାଳନା କରିଥିଲେ l ଏସ.ଆଇ.ଆଇ.ଟି କମ୍ପ୍ୟୁଟର ସେଣ୍ଟରର ନିର୍ଦ୍ଦେଶିକା ଅଳକା ବିଷୋଇ ଏବଂ କାମା ଜେନା ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଦେବୀ ପ୍ରସାଦ ସ୍ବାଇଁ, ବ୍ୟାଙ୍କିଙ୍ଗ ବିଶେଷଜ୍ଞ, ଆଲୋକ କୁମାର ଦାସ, କମ୍ପ୍ୟୁଟର ସଂଯୋଜକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଅଧିକରୁ ଅଧିକ କମ୍ପ୍ୟୁଟର ଜ୍ଞାନ ଆହରଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଯାହାଫଳରେ ସେମାନେ କୌଣସି କର୍ମ ନିଯୁକ୍ତି ପାଇଁ ନିଜକୁ ପ୍ରସ୍ତୁତି କରି ପାରିବେ ଏବଂ ନିଜର କମ୍ୟୁନିକେସନ ଦକ୍ଷତା ବୃଦ୍ଧି କରି ପାରିବେ l କାର୍ଯ୍ୟକ୍ରମରେ ପ୍ରାୟତଃ ୧୫୦ରୁ ଉର୍ଦ୍ଧ୍ୱ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l ବିଶେଷଜ୍ଞମାନେ ଛାତ୍ରଛାତ୍ରୀ ମାନଙ୍କ ସହିତ ପ୍ରାୟତଃ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ l ସଭା ଶେଷରେ ରାଜନୀତି ବିଭାଗର ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.